ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସ ମାଧ୍ୟମରେ ନୂତନ ରେଳ ଲାଇନ୍ ଲୋକାର୍ପିତ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗରେ ନୂତନ ଭାବେ ନିର୍ମିତ ହୋଇଥିବା ରେଳ ଷ୍ଟେସନ ଠାରେ ଅନୁଗୋଳରୁ ବୁଢ଼ାପଙ୍କ, ପରଜଙ୍ଗ ଓ କାମାକ୍ଷାନଗର ଅଞ୍ଚଳ ଦେଇ ସୁକିନ୍ଦା ପର୍ଯ୍ୟନ୍ତ ସଂଯୋଗୀକରଣ ରେଳ ଲାଇନ୍ ପଥକୁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ମାଧ୍ୟମରେ ଲୋକାର୍ପିତ କରିଛନ୍ତି । ଏଥି ଲାଗି ପରଜଙ୍ଗ ରେଳ କର୍ମଚାରୀଙ୍କ ପକ୍ଷରୁ ରେଳ ଷ୍ଟେସନ ଠାରେ ଏକ ସଭାର ଆୟୋଜନ କରାଯାଇଥିଲା ।

ଏହି ଲୋକାର୍ପିତ ଉତ୍ସବରେ ପରଜଙ୍ଗ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡଃ ନୃସିଂହ ଚରଣ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲାବେଳେ ଜିଲ୍ଲାର ଜିଲ୍ଲାପରିଷଦ ଉପାଧ୍ୟକ୍ଷା ବିଳାସିନୀ ସେଠୀ, ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ଦଳବେହେରା, ଉପାଧ୍ୟକ୍ଷା ଯଶଶ୍ଵିନୀ ରାଉତ, ବ୍ଲକ ବିଡ଼ିଓ ସଂଗ୍ରାମ କେଶରୀ ଭାଲ, ବିଭୂତି ଭୂଷଣ ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ ନିରାକାର ପ୍ରଧାନ, ଅନୁଗୋଳ ରେଲୱେ ଡିଭିଜନର ଡିଟିଆରଏସ ଏସ୍ ଏନ୍ ଦାସ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ଅଞ୍ଚଳବାସୀ ସମସ୍ତ ରାଜନୈତିକ ଦଳର ନେତା ଓ କର୍ମୀ ଯୋଗ ଦେଇଥିବା ବେଳେ ରେଲୱେ ଷ୍ଟେସନର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ନୂତନ ଭାବେ ନିର୍ମିତ ହୋଇଥିବା ରେଳ ଲାଇନ୍ ଉପରେ ପରୀକ୍ଷା ମୂଳକ ଭାବେ ମାଲବାହୀ ଟ୍ରେନ ଚଳାଚଳ କରୁଥିବା ବେଳେ ଆଜି ଏହାକୁ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିଛନ୍ତି ।

ଅନୁଗୋଳରୁ ସୁକିନ୍ଦା ଅଭିମୁଖେ ଯାଇଥିବା ନୂତନ ରେଳପଥ 2441 କୋଟି ଟଙ୍କା ବ୍ୟୟ ଅଟକଳରେ 104 କିଲୋମିଟର ନିର୍ମାଣ ଶେଷ ହୋଇଥିବାରୁ ଏହି ରେଳ ଲାଇନ୍ ପଥକୁ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସ ମାଧ୍ୟମରେ ଲୋକାର୍ପିତ କରିଛନ୍ତି । ଏହା ଦ୍ବାରା ଅଞ୍ଚଳର ବିକାଶ, ଜନସାଧାରଣଙ୍କ ଗମନାଗମନରେ ସହାୟକ ହୋଇ ପାରିବ ।

ଯାହାକି ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳାଇ ଦେଇଛି । ରେଳ ବିଭାଗର କର୍ମଚାରୀ ଅଶୋକ କୁମାର ପୃଷ୍ଟି ଅତିଥି ପରିଚୟ ପ୍ରଦାନ କରି ମଞ୍ଚ ସଞ୍ଚାଳନ କରିଥିବା ବେଳେ ଅଶୋକ ବେହେରା ଦାୟିତ୍ଵ ନିର୍ବାହ କରିଥିଲେ ।


ସେୟାର କରନ୍ତୁ