ଅବହେଳିତ ଅବସ୍ଥାରେ ରହିଛି ସିଂହଡା ଗାଁ ମାଟି ରାସ୍ତା

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କଲଦା ପଞ୍ଚାୟତ ଅନ୍ତର୍ଗତ ସିଂହଡା ଗାଁକୁ ଯାଇଥିବା ମାଟି ରାସ୍ତାଟି ଅବହେଳିତ ଅବସ୍ଥାରେ ପଡ଼ିରହିଛି । ଏହି ରାସ୍ତା 53 ନମ୍ବର ଏନଏଚ ହାତିଲୁଚାଣୀ ଛକ ଠାରୁ ଆରମ୍ଭ ହୋଇଥିବା ପୂର୍ତ୍ତ ବିଭାଗ ରାସ୍ତାର କୁଆଳୋ ହାଇସ୍କୁଲ ନିକଟସ୍ଥ ତଥା ସିଂହଡା ଛକରୁ ଏହି ଗାଁ ରାସ୍ତାଟି ରହିଛି । ଯାହାକି ଛକ ଠାରୁ ଗାଁର ଦୂରତା ପ୍ରାୟ 2 କିଲୋମିଟର ମଧ୍ୟରେ ଅବସ୍ଥିତ ।

ଏହି ଗାଁର ଜନବସତି ପ୍ରାୟ 2ଶହରୁ ଉର୍ଦ୍ଧ୍ବ ରହିଛନ୍ତି । ଗାଁର ଶତକଡା 70 ଭାଗ କୃଷକ ପରିବାର କହିଲେ ଅତ୍ୟୁକ୍ତି ହେବ ନାହିଁ ,କାରଣ ଏହି ଗାଁରେ ଧାନ ଫସଲକୁ ବାଦ୍ ଦେଲେ ଅନ୍ୟ ସମସ୍ତ ପନିପରିବା ଚାଷ ଉପରେ ସଦାସର୍ବଦା ପରିଚିତ, ଚାଷୀଙ୍କ ପାଖରୁ ପନିପରିବା କ୍ରୟ କରିବା ପାଇଁ ଦୂରଦୂରାନ୍ତରୁ ବେପାରୀ ମାନେ ଆସି ପନିପରିବା ନେଉଥିବା ବେଳେ ଆଉ କିଛି ଚାଷୀ ନିକଟସ୍ଥ ସାପ୍ତାହିକ ହାଟ ଓ ଛକ ବଜାର ମାନଙ୍କରେ ତଟକା ପନିପରିବା ବିକ୍ରି କରି ନିଜର ଅର୍ଥ ଉପାର୍ଜନ କରିଥାନ୍ତି, ଗାଁରେ ଏହି ସୁବିଧା ଥାଇ ମଧ୍ୟ ଆଜି ପର୍ଯ୍ୟନ୍ତ ଗାଁ ରାସ୍ତାଟି ଅବହେଳିତ ଅବସ୍ଥାରେ ପଡିରହିଥିବାରୁ ଗାଁ ଲୋକଙ୍କ ମନରେ ଅସନ୍ତୋଷ ଦେଖିବାକୁ ମିଳିଛି ।

ଗାଁରେ ଯେକୌଣସି ପର୍ବପର୍ବାଣି ପଡ଼ିଲେ ଧୂଳି ଏବଂ ବର୍ଷା ହେଲେ କାଦୁଅ ପାଣିରେ ଲୋକମାନେ ଯିବାକୁ ପଡିଥାଏ । ରାସ୍ତାଟି ମରାମତି ଅଭାବରୁ ଖାଲଖମା ଥିବା ବେଳେ ବର୍ଷା ହେଲେ ପାଣି କାଦୁଅ, ପବନ ହେଲେ ଧୂଳି ଏହିପରି ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥାଏ । ବର୍ଷା ଦିନ ମାନଙ୍କରେ ସ୍କୁଲ କଲେଜ ପିଲାଙ୍କ ଠାରୁ ଗାଁ ଲୋକ ତଥା ଯାନବାହାନ ଯାତାୟତ କରିବା ଏହି ରାସ୍ତାରେ ସମସ୍ୟା ସୃଷ୍ଟି କରୁଛି । ଏତଦ୍ ବ୍ୟତୀତ ସିଂହଡା ଛକ ନିକଟରେ ସ୍କୁଲ, କଲେଜ, ସାପ୍ତାହିକ ଶୁକ୍ରବାର ହାଟ, ସୋଷାଇଟ ଓ ପଞ୍ଚାୟତ କାର୍ଯ୍ୟାଳୟ ପ୍ରଭୃତି ରହିଥିବାରୁ ଗାଁର ଲୋକମାନେ ସଦାସର୍ବଦା ଏକମାତ୍ର ମାଟିରାସ୍ତାରେ ଯାତାୟତ କରିଥାନ୍ତି । ତୁରନ୍ତ ଅବହେଳିତ ଭାବେ ପଡିରହିଥିବା ମାଟି ରାସ୍ତାକୁ ସିମେଣ୍ଟ କିମ୍ବା ପିଚୁ ରାସ୍ତାରେ ପରିଣତ କରିବାକୁ ଦାବି ହେଉଛି ।


ସେୟାର କରନ୍ତୁ