ବାରିହାପୁର ବାଇପାସ୍ ଠାରୁ ହାତିଲୁଚାଣୀ ବାଇପାସ୍ ପର୍ଯ୍ୟନ୍ତ ପରଜଙ୍ଗ ବଜାର ଦେଇ ଯାଇଥିବା ରାସ୍ତାର ଉନ୍ନତିକରଣ ପାଇଁ ଭିତି ପ୍ରସ୍ତର ସ୍ଥାପନ, ଖର୍ଚ୍ଚ ହେବ 9 କୋଟି 81ଲକ୍ଷ

Truthink
ସେୟାର କରନ୍ତୁ

ପରଜଙ୍ଗ : ରବିବାର ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ 53 ନଂ ଜାତୀୟ ରାଜପଥର ବାରିହାପୁର ବାଇପାସ୍ ଠାରୁ ହାତିଲୁଚାଣୀ ବାଇପାସ୍ ପର୍ଯ୍ୟନ୍ତ ପରଜଙ୍ଗ ବଜାର ଦେଇ ଯାଇଥିବା ରାସ୍ତାର ଭିତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସରକାର ପୂର୍ତ୍ତ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଭିତ୍ତି ପ୍ରସ୍ତର ସ୍ଥାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖଣି ଓ ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଯୋଗ ଦେଇଥିବାବେଳେ ପରଜଙ୍ଗ ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡଃ ନୃସିଂହ ଚରଣ ସାହୁ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।

ସୂଚନା ମୁତାବକ, 4050 ମିଟର ରାସ୍ତା ପାଇଁ ବ୍ୟୟ ଅଟକଳ ରହିଛି 9 କୋଟି 81ଲକ୍ଷ । ଏହି 4050 ମିଟର ରାସ୍ତା ମଧ୍ୟରୁ 800 ମିଟର କଂକ୍ରିଟ ହେବାକୁ ଥିବାବେଳେ ବାକି 3250 ମିଟର ପିଚୁ ହେବାର ରହିଅଛି । ଏଥିସହ ବଜାର ମଧ୍ୟରେ ଉଭୟ ପାର୍ଶ୍ଵରେ ଡ୍ରେନ ନିର୍ମାଣ ହେବାସହ ରାସ୍ତାଟି 33 ଫୁଟ ଚଉଡା ହେବାର ରହିଛି । ଏଥିସହ 23 ମସିହା ନଭେମ୍ବର ମାସ ଶେଷ ସୁଦ୍ଧା ଏହି କାର୍ଯ୍ଯ ସମ୍ପନ୍ନ ହେବାକୁ ଧାର୍ଯ୍ୟ ରଖାଯାଇଛି ବୋଲି ଯନ୍ତ୍ରୀ କହିଛନ୍ତି ।

ଏହି ଅବସରରେ ବିଧାୟକ ଡଃ ନୃସିଂହ ଚରଣ ସାହୁଙ୍କ କହିବା ଅନୁଯାୟୀ, “ଏହି ରାସ୍ତାଟି ପୂର୍ବରୁ NH ମଧ୍ୟରେ ରହିଥିଲା ବାଇପାସ ହେଲା ପରେ ଏହା ଅବହେଳିତ ଅବସ୍ଥାରେ ରହିଥିଲା । ଆମେ ବାରମ୍ବାର NHIକୁ ଜଣାଇଲା ପରେ ମଧ୍ୟ କୌଣସି ସୁଫଳ ମିଳିପାରିନଥିଲା । ଯାହା ଫଳରେ ଆମେ ପୂର୍ତ୍ତ ବିଭାଗକୁ ଏହି ରାସ୍ତା ଦେବାର ନିଷ୍ପତି ନେଇ ଚିଠି ଲେଖିଥିଲୁ, ଯାହାପରେ ପୂର୍ତ୍ତ ବିଭାଗ ଟେକପ କରିଥିଲା ଏବଂ ଏହି ରାସ୍ତା ପାଇଁ 9 କୋଟି 81ଲକ୍ଷ ଖର୍ଚ୍ଚ ହେବ ।”

ସେଇଭଳି ଅନ୍ୟ ମାନଙ୍କ ମଧ୍ୟରେ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ମନରଞ୍ଜନ ବିଶ୍ଵାଳ, ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଶାନ୍ତ କୁମାର କାନନ ଗୋ, 2ନଂ ଜୋନ୍ ଜିଲ୍ଲାପରିଷଦ ସଦସ୍ୟ ନିରାକାର ପ୍ରଧାନ, ଆତ୍ମା ଅଧ୍ୟକ୍ଷ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅକ୍ଷୟ କୁମାର ବେହେରା, ବ୍ଲକ ବିଜେଡ଼ି ସଭାପତି କୃଷ୍ଣ ଚନ୍ଦ୍ର ମହାନ୍ତି, ବ୍ଲକ ଯୁବ ବିଜେଡ଼ି ସଭାପତି ସୁବ୍ରତ କୁମାର ଦାସ, ଭୂପେସ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।


ସେୟାର କରନ୍ତୁ