ପଦ୍ମପୁର ଉପନିର୍ବାଚନ : ଆସନ୍ତାକାଲି ଭୋଟ ଗଣତି, 23 ରାଉଣ୍ଡ ଗଣତି ହେବ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ପାଇଁ ଆସନ୍ତାକାଲି ଭୋଟ ଗଣତି ହେବାକୁ ଯାଉଛି । ସେଥିପାଇଁ ତତ୍ପର ରାଜ୍ୟ ନିର୍ବାଚନ ଆୟୋଗ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନିଙ୍କ ସୂଚନା ମୁତାବକ ସମୁଦାୟ 23 ରାଉଣ୍ଡରେ ଭୋଟ ଗଣତି ହେବାର ରହିଛି । ପ୍ରଥମେ ପୋଷ୍ଟାଲ ବାଲାଟ ଭୋଟ ଗଣତି ହେବ । ସକାଳ 8ଟା 30ରେ ଇଭିଏମ ଗଣତି ଆରମ୍ଭ ହେବ । 319 ଟି ବୁଥର ଭୋଟ ଗଣତି 14ଟି ଟେବୁଲରେ କରାଯିବାକୁ ଥିବାବେଳେ ବୁଥ ଓ ପ୍ରାର୍ଥୀ ସଂଖ୍ୟା ଅଧିକ ଥିବାରୁ 23 ରାଉଣ୍ଡ ଗଣତି ହେବ । 11ଜଣ ପ୍ରାର୍ଥୀ ଥିବାରୁ ଗଣତି ଅଧିକ ସମୟ ଲାଗିବ ବୋଲି କୁହାଯାଇଛି । ସମସ୍ତ ବୁଥ ଗଣତି ସରିଲେ 5ଟି ବୁଥର ଭିଭିପ୍ୟାଟ ମ୍ୟାଚ କରାଯିବ ।

ଉଲ୍ଲେଖ ଥାଉ କି ସଦ୍ୟ ଉପନିର୍ବାଚନରେ ପଦ୍ମପୁର ନିର୍ବାଚନମଣ୍ଡଳୀ ନିଜ ପୂର୍ବ ଭୋଟ୍‌ହାର ରେକର୍ଡ ଭାଙ୍ଗିଥିଲା । ଏଥର 81.29 ପ୍ରତିଶତ ମତଦାନ ହୋଇଛି । ପୂର୍ବରୁ 2014 ଏବଂ 2019ରେ ଏଠାରେ ସର୍ବାଧିକ 79.16 ପ୍ରତିଶତ ମତଦାନ ହୋଇଥିଲା ।


ସେୟାର କରନ୍ତୁ