ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିଠାରୁ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ । ଭାରତକୁ ଜି-20 ଅଧ୍ୟକ୍ଷ ପଦ ମିଳିବା ପରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପୂର୍ବ ପ୍ରସ୍ତୁତି ବୈଠକ ରାଷ୍ଟ୍ରପତି ଭବନରେ ହେବାକୁ ଯାଉଛି । ଦେଶର ସବୁ ଦଳର ମୁଖ୍ୟ ଏହି ବୈଠକରେ ଯୋଗ ଦେବେ ।

କେନ୍ଦ୍ର ସରକାରଙ୍କ ଦ୍ଵାରା ଡକାଯାଇଥିବା ଏହି ବୈଠକରେ ଦେଶର ସବୁ ରାଜନୈତିକ ଦଳ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏଥିରେ ବିଜେପି ସଭାପତି ଜେପି ନାଡ୍ଡା, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ତୃଣମୂଳ କଂଗ୍ରେସ ସଭାପତି ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଡିଏମକେ ସଭାପତି ତଥା ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ, ତେଲୁଗୁ ଦେଶମ ଦଳର ସଭାପତି ଚନ୍ଦ୍ରବାବୁ ନାଇଡୁ ଏବଂ ବିଜୁ ଜନତା ଦଳର ମୁଖ୍ୟ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ଏହି ସଭାରେ ଯୋଗଦେବେ ।


ସେୟାର କରନ୍ତୁ