ପରଜଙ୍ଗ ବିଧାୟକଙ୍କୁ ପଞ୍ଚାୟତ ପ୍ରତିନିଧିମାନଙ୍କ ବିରୋଧ, ବିଧାୟକ ହେଲେ ହଟହଟା

ରାଜ୍ୟ
ସେୟାର କରନ୍ତୁ

ଢେଙ୍କାନାଳ, ପରଜଙ୍ଗ : ଆଜି ସୋମବାର ପରଜଙ୍ଗ ବିଧାୟକ ଡ଼ାକ୍ତର ନୃସିଂହ ଚରଣ ସାହୁଙ୍କୁ ପରଜଙ୍ଗ ବ୍ଲକ କାର୍ଯ୍ୟାଳୟ ଠାରେ ବିରୋଧର ସାମ୍ନା କରିବାକୁ ପଡିଅଛି l ଏଥିରେ ପରଜଙ୍ଗ ବ୍ଲକର ପ୍ରାୟ ପଞ୍ଚାୟତର ପ୍ରତିନିଧିମାନେ ନିଜ ନିଜ ପଞ୍ଚାୟତବାସୀମାନଙ୍କ ଗହଣରେ ବିରୋଧ କରୁଥିବାର ଦେଖିବାକୁ ମିଳିଥିଲା l

ସୂଚନା ମୁତାବକ, ଆଜି ବ୍ଲକ କାର୍ଯ୍ୟଳୟର ସଭା ଗୃହ ଠାରେ ବସୁନ୍ଧରା ଯୋଜନାରେ ଭୂମିହୀନଙ୍କୁ ଗୋଣ୍ଠିକିଆ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ରହିଥିଲା l ଏହି କାର୍ଯ୍ୟକ୍ରମରେ ବିଧାୟକ ଡ଼ାକ୍ତର ନୃସିଂହ ସାହୁ ନିର୍ଧାରିତ ସମୟ 11ଟାରେ ଯୋଗ ଦେବାକୁ ଆସିବା ବେଳେ, ବ୍ଲକର ପ୍ରାୟ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ମାନେ ଏକତ୍ରିତ ହୋଇ ପୋଲିସ ଉପସ୍ଥିତିରେ ବିଧାୟକଙ୍କ ଗାଡ଼ି ସମ୍ମୁଖରେ ଶୋଇକି ପ୍ରତିବାଦ କରିଥିଲେ l ତେବେ ପ୍ରତିନିଧିମାନଙ୍କ ସହ ଆସିଥିବା ଶହଶହ ସାଧାରଣ ଲୋକ ଏକତ୍ରିତ ହୋଇ ନାରାବାଜି କରି ବିରୋଧ କରିଥିଲେ l

ପଞ୍ଚାୟତ ପ୍ରତିନିଧିମାନଙ୍କ ମୁତାବକ, ପଞ୍ଚାୟତରେ ବିଭିନ୍ନ ଯୋଜନାରେ ହେବାକୁ ଥିବା ବିକାଶ କାର୍ଯ୍ୟକୁ ବିଧାୟକ ପ୍ରଶାସନିକ ଅଧିକାରୀଙ୍କୁ ଚାପ ପକାଇ ବନ୍ଦ କରାଇ ଦେଇଛନ୍ତି l ଯାହାକୁ ବିରୋଧ କରି ପୂର୍ବରୁ ପଞ୍ଚାୟତ ବୈଠକରେ ଅଭିଯୋଗ କରାଯାଇଥିଲେ ମଧ୍ୟ ବିଧାୟକ କର୍ଣ୍ଣପାତ କରୁନାହାନ୍ତି l ତେଣୁ ଯଦି ବିକାଶ କାର୍ଯ୍ୟକୁ ଚାପ ପକାଇ ବିଧାୟକ ବନ୍ଦ କରିଦେଇଛନ୍ତି, ତେବେ ଆଜି କେଉଁ ସ୍ୱାର୍ଥରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି l

ପରଜଙ୍ଗ ବ୍ଲକ ସରପଞ୍ଚ ସଙ୍ଘ ସଭାପତି ବିଜେନ୍ଦ୍ର କୁମାର ସାହୁଙ୍କ କହିବା ଅନୁଯାୟୀ, ଆମର ପ୍ରଥମ ବୈଠକରେ ବିଧାୟକ ମହୋଦୟ ପ୍ରତିଶୃତି ଦେଇଥିଲେ ଯେ ଆମର ସମସ୍ତ କାର୍ଯ୍ୟରେ ଦଳମତ ନିର୍ବିଶେଷରେ ସମନ୍ୱୟ ରକ୍ଷା କରିବା l କିନ୍ତୁ ପରବର୍ତ୍ତୀ ସମୟରେ ସେ କାମ କରିବେ କଣ ବ୍ଲକର ପ୍ରତେକ ଷ୍ଟାଫଙ୍କୁ ଚାପରେ ପକାଇ ଫାଇଲ ଠାରୁ ଆରମ୍ଭ କରି କାର୍ଯ୍ୟକ୍ରମ ଗୁଡିକୁ ବନ୍ଦ କରୁଅଛନ୍ତି l ଯାହା ଫଳରେ ଉର୍ନତି ମୂଳକ କାର୍ଯ୍ୟଗୁଡିକ ବନ୍ଦ ରହୁଛି l ମାନ୍ୟବର ବିଧାୟକ ଯେଉଁ ପ୍ରତିଶୃତି ଦେଇଥିଲେ ଫଳ ସୁରୂପ ତାର ଏବେ ଓଲଟା ହେଉଅଛି l ସେଥିପାଇଁ ଆମେ ପ୍ରଶ୍ନ କରିବା ପାଇଁ ଆଜିର ଏ ପ୍ରତିବାଦ କରିଥିଲୁ l

ତେବେ ବ୍ଲକ ଅଧକ୍ଷା ଶର୍ମିଷ୍ଠା ଦଳବେହେରାଙ୍କ ଅନୁରୋଧ ରକ୍ଷା କରି ବିଧାୟକଙ୍କୁ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପଞ୍ଚୟତ ପ୍ରତିନିଧି ମାନେ ରାସ୍ତା ଛାଡି ଥିଲେ l ତେବେ ଏହି କାର୍ଯ୍ୟକ୍ରମରେ ବସୋଈ ଓ ଜୟପୁରା ପଞ୍ଚାୟତର ମୋଟ ପଚାଶରୁ ଉର୍ଦ୍ଧ ଭୂମିହୀନଙ୍କୁ ବିଧାୟକ, ବ୍ଲକ ଅଧକ୍ଷ ଓ ପଞ୍ଚାୟତ ପ୍ରତିନିଧି ମିଳିତ ଭାବେ ପଟ୍ଟା ବଣ୍ଟନ କରିଥିଲେ l

ସୂଚନା ଥାଉକି, ଗତ ମେ 20 ତାରିଖରେ ପଞ୍ଚାୟତ ସମିତି ବୈଠକରେ ଯୋଗଦେଇ ବିଧାୟକ ଡାକ୍ତର ସାହୁ ଫେରିବା ବେଳେ ବିଜେପି କର୍ମୀଙ୍କ ବିରୋଧ ଯୋଗୁ ହଟହଟା ହୋଇଥିଲେ l


ସେୟାର କରନ୍ତୁ