ନିଜ ପିଲାଦିନର ଘର ଲକ୍ଷ୍ନୌରେ ପହଞ୍ଚିଲେ ପ୍ରିୟଙ୍କା ଚୋପ୍ରା, ଝିଅମାନଙ୍କ ପ୍ରତି ହିଂସା ଏବଂ ଭେଦଭାବ ବିଷୟରେ କହିଲେ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିକଟରେ ଆମେରିକାରୁ ଭାରତ ଫେରି ଆସିଛନ୍ତି, ଏହା ପରେ ସେ ନିରନ୍ତର ହେଡଲାଇନରେ ରହିଆସିଛନ୍ତି । ମୁମ୍ବାଇରେ କିଛି ଦିନ ରହିବା ପରେ ଅଭିନେତ୍ରୀ ଦିଲ୍ଲୀରେ ଥିଲେ, ଏବେ ସେ ସେଠାରୁ ଆସି ବର୍ତ୍ତମାନ ଲକ୍ଷ୍ନୌରେ ଅଛନ୍ତି, ଯେଉଁଠାରୁ ସେ ଏକ ଭିଡିଓ ସେୟାର କରିଛନ୍ତି ।

ଜଣେ ଅଭିନେତ୍ରୀ, ଚଳଚ୍ଚିତ୍ର ନିର୍ମାତା ଏବଂ ବ୍ୟବସାୟିକ ମହିଳା ହେବା ବ୍ୟତୀତ ପ୍ରିୟଙ୍କା ୟୁନିସେଫର ବ୍ରାଣ୍ଡ ଆମ୍ବାସାଡର ମଧ୍ୟ ଅଛନ୍ତି, ଯେଉଁଥି ପାଇଁ ପ୍ରିୟଙ୍କା ଲକ୍ଷ୍ନୌରେ ପହଞ୍ଚିଛନ୍ତି ଏବଂ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କର ପୁରୁଣା ଦିନଗୁଡ଼ିକୁ ମନେ ପକାଉଛନ୍ତି । ଲିଙ୍ଗଗତ ଅସମାନତା ବିଷୟରେ କଥାବାର୍ତ୍ତା କରୁଛନ୍ତି ।

ଏହି ଭିଡିଓରେ ପ୍ରିୟଙ୍କା କୁହନ୍ତି, ମୁଁ ବର୍ତ୍ତମାନ ୟୁନିସେଫ୍ ସହିତ ଲକ୍ଷ୍ନୌରେ ଅଛି, ମୁଁ ମୋର ଗସ୍ତକୁ ନେଇ ବହୁତ ଉଶ୍ଛୁକତା ଅଛି । ମୁଁ ମୋର ପିଲାଦିନର କିଛି ବର୍ଷ ଲକ୍ଷ୍ନୌର ବିଦ୍ୟାଳୟରେ ବିତାଇଥିଲି, ଏଠାରେ ମୋର ପରିବାର… ବନ୍ଧୁ ଅଛନ୍ତି ଏବଂ ମୁଁ ବୁଝିବାକୁ ବହୁତ ଆଗ୍ରହୀ ଅଟେ କି ରାଜ୍ୟରେ ଶିଶୁ ଏବଂ ମହିଳାଙ୍କ ପାଇଁ ଜିନିଷ କିପରି ପରିବର୍ତ୍ତନ ହୋଇଛି । ”

ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଟେକ୍ନୋଲୋଜି ଏବଂ ଇନୋବେଶନ ସହିତ ଜିନିଷଗୁଡ଼ିକ କିପରି ବଦଳିଛି ମୁଁ ପ୍ରଥମେ ଦେଖିବାକୁ ଚାହେଁ । ସମଗ୍ର ଭାରତରେ ଲିଙ୍ଗଗତ ଅସମାନତା ଅସମାନ ସୁଯୋଗ ସୃଷ୍ଟି କରେ ଯାହା ଝିଅମାନଙ୍କୁ ଅଧିକ ପ୍ରଭାବିତ କରିଥାଏ । ”

ସେ ଆହୁରି ମଧ୍ୟ କହିଛନ୍ତି, “ ଝିଅମାନଙ୍କ ପ୍ରତି ହେଉଥିବା ହିଂସା ଏବଂ ଭେଦଭାବକୁ ଦୂର କରିବା ପାଇଁ ଏକ ବଡ଼ ଧରଣର ସମାଧାନର ଆବଶ୍ୟକତା ରହିଛି ଏବଂ ଏଥିପାଇଁ ଆମେ ୟୁନିସେଫର ବିଭିନ୍ନ ଅଂଶୀଦାରଙ୍କ ନିକଟକୁ ଯାଉଛୁ । ସେମାନଙ୍କର ଦୈନନ୍ଦିନ ଜୀବନରେ ସେମାନେ ସମ୍ମୁଖୀନ ହେଉଥିବା ଚ୍ୟାଲେଞ୍ଜଗୁଡ଼ିକ ବିଷୟରେ ମୁଁ ସେମାନଙ୍କ କଥା ଶୁଣିବି ଏବଂ ଏହାର ସମାଧାନ ଦେଖିବି । ”

କହିବାକି, ଏହା ପୂର୍ବରୁ ପ୍ରିୟଙ୍କା ଚୋପ୍ରା ଲକ୍ଷ୍ନୌର ଲାଲପୁର ଅଙ୍ଗନୱାଡି କେନ୍ଦ୍ରରେ ପହଞ୍ଚିଥିଲେ, ଯେଉଁଠାରେ ସେ ସ୍କୁଲ ପିଲାମାନଙ୍କ ସହିତ ଭୂମିରେ ବସିଥିବାର ନଜର ଆସିଥିଲେ ।


ସେୟାର କରନ୍ତୁ