କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପିର ଧାରଣା

ରାଜ୍ୟ
ସେୟାର କରନ୍ତୁ

କାମାକ୍ଷାନଗର : ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାକୁ ନେଇ ଆଜି କାମାକ୍ଷାନଗର ଉପଖଣ୍ଡ ବିଜେପି ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା l

ସୂଚନା ଅନୁଯାୟୀ, ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ପାଇଁ ଦାୟୀ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ବହିସ୍କାର ଓ ଗିରଫ କରିବାକୁ ବିଜେପି ଦାବି କରିଛି । ଏଥିସହ ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ କେଳେଙ୍କାରୀରେ ବିଜେଡିର ଅନେକ ବିଧାୟକ, ମନ୍ତ୍ରୀ ସମେତ ବଡ଼ ବଡ଼ ପ୍ରଶାସନିକ ଅଧିକାରୀ ସମ୍ପୃକ୍ତି ରହିଥିବା ବିଜେପି ଦାବି କରିଛି l

ଏଥି ସହିତ ଶାସକ ଦଳର ମନ୍ତ୍ରୀ ଓ ବିଧାୟକମାନେ ଦୁର୍ନୀତି କରୁଥିବା ବେଳେ ଏ ସରକାର ଘଣ୍ଟ ଘୋଡାଉଥିବା ଦଳର କର୍ମକର୍ତ୍ତାମାନେ ଉଦବୋଧନ ଜରିଆରେ ଅଭିଯୋଗ କରିଛନ୍ତି । ରାଜ୍ୟ ସରକାରଙ୍କ ବିରୋଧରେ ବିଭିନ୍ନ ନାରାବାଜି ଦେଇ ଗର୍ଜିଛନ୍ତି l

ତେବେ ଏହି ଧାରଣା ସଭାରେ କାମାକ୍ଷାନଗର ବିଜେପି ବିଧାୟକ ପ୍ରାର୍ଥୀ ଶତ୍ରୁଘନ ଜେନା, ଜିଲ୍ଲା ଉପସଭାପତି ପବିତ୍ର କୁମାର ବିଶ୍ୱାଳ ଓ ଶିଶିରକାନ୍ତ ନାୟକ, କାମାକ୍ଷାନଗର ମଣ୍ଡଳ ସଭାପତି ବିଭୁ ସନ୍ଦୀପ କୁମାର ପଟ୍ଟନାୟକ, କାମାକ୍ଷାନଗର NAC ର ମଣ୍ଡଳ ପ୍ରଭାରୀ ରବିନାରାୟଣ ସାହୁ, ବରିଷ୍ଠ ବିଜେପି ନେତା ପ୍ରେମାନନ୍ଦ ଜେନା, କାମାକ୍ଷାନଗର NAC ର ବିଜେପି ଯୁବ ମୋର୍ଚା ସଭାପତି ଶେଷ ଦେବ ନାଥ ଏବଂ ଅନ୍ୟ ବରିଷ୍ଠ ବିଜେପି ନେତାମାନଙ୍କ ସମେତ ବହୁ ସଂଖ୍ୟାରେ ବିଜେପି କର୍ମୀ ଏହି ଧାରଣା ସଭାରେ ସାମିଲ ହୋଇଥିଲେ l


ସେୟାର କରନ୍ତୁ