ନବ ବଧୂର ଆତ୍ମହତ୍ୟା, ସେନ୍ଦେହ ଘେରରେ ପରିବାର ଲୋକେ

ରାଜ୍ୟ
ସେୟାର କରନ୍ତୁ

ରିପୋର୍ଟ- ସୁନୀଲ କୁମାର ନାୟକ

ପରଜଙ୍ଗ: ନବ ବଧୁର ଆତ୍ମହତ୍ୟା, ସନ୍ଦେହ ଘେରରେ ପରିବାର ଲୋକେ l ଏଭଳି ଏକ ଅଭନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ମହାବିରୋଡ ଫାଣ୍ଡି ଅଧିନରେ ଥିବା ଗଡ଼ପଳାଶୁଣୀ ଗ୍ରାମରୁ l ତେବେ ସୁମିତ୍ରା ପରିଡାଙ୍କ ବୟସ 22 ବର୍ଷ ବାପାଙ୍କ ନାମ ପୁରେନ୍ଦ୍ର ପରିଡା l ବାପ ଘର କାମାକ୍ଷାନଗର ଥାନା ଜୟପୁରା କାଟେଣି ପଞ୍ଚାୟତର ଶୁଣ୍ଢିକାଟେଣୀ ଗାଁ ।

ସୂଚନା ଅନୁଯାୟୀ, ଛଅ ମାସ ତଳେ ଗଡ଼ପଳାଶୁଣି ଗ୍ରାମରେ ରଂଜିତ ବେହେରା ବାପା ନାରାୟଣ ବେହେରା , ଘରୋଇ ରୀତି ନୀତିରେ ବିବାହ କରିଥିଲେ l ପାରିବାରିକ କଳହକୁ ନେଇ ଆତ୍ମହତ୍ୟା କରିଛନ୍ତି ବୋଲି ପୁଅ ଘର ଲୋକ କହିଥିବା ବେଳେ ଯୌତୁକ ନିର୍ଯାତନା ସକାଶେ ଆମ ଝିଅ ସୁମିତ୍ରା ବେହେରାଙ୍କୁ ମାରି ଦିଆ ଯାଇଛି ବୋଲି ପରଜଙ୍ଗ ଥାନାରେ ଅଭିଯୋଗ କରିଛନ୍ତି ବାପ ଘର ଲୋକେ l

ଖବର ପାଇ ପରଜଙ୍ଗ ଥାନା ଅଧିକାରୀ ଗଲା କାଲି ବିଳମ୍ବିତ ରାତିରେ ସ୍ଵାମୀ ରଂଜିତ ବେହେରା ଓ ବାପା ନାରାୟଣ ବେହେରାଙ୍କୁ ଥାନା ହେପାଜତରେ ରଖି ଅଧିକ ପଚରା ଉଚରା କରୁଛନ୍ତି l ଶବ ବ୍ୟବଛେଦ ପାଇଁ ମୃତ ଶରୀରକୁ କାମାକ୍ଷାନଗର ନିଆ ଯାଇଥିବା ବେଳେ ପୋଲିସ ଅଧିକାରୀଙ୍କ ତଦନ୍ତ ଜାରି ରହିଛି l


ସେୟାର କରନ୍ତୁ