70 ବର୍ଷ ପରେ ଭାରତକୁ ଆସିଲା 8 ଚିତାବାଘ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ : 70 ବର୍ଷ ପରେ ଚିତା ପୁଣି ଥରେ ଭାରତକୁ ଫେରୁଛନ୍ତି । 1952 ରେ ଚିତା ବିଲୁପ୍ତ ଘୋଷିତ ହୋଇଥିଲା । ବର୍ତ୍ତମାନ ଦେଶରେ ଚିତାବାଘର ବଂଶ ବିସ୍ତାର ପାଇଁ ପ୍ରସ୍ତୁତି ଚାଲିଛି । ଏଥିପାଇଁ ନାମିବିଆରୁ ଭାରତକୁ 8 ଟି ଚିତା ଆମଦାନୀ କରାଯାଇଛି, ଯାହା ପ୍ରଧାନମନ୍ତ୍ରୀ ମୋଦୀ ଆଜି ତାଙ୍କ ଜନ୍ମଦିନ ଅବସରରେ କୁନୋ ଜାତୀୟ ଉଦ୍ୟାନରେ ଛାଡିବେ । ଏହି ଚିତାଗୁଡ଼ିକ ସକାଳ ପ୍ରାୟ 10.45 ରେ ସ୍ୱତନ୍ତ୍ର ଏନକ୍ଲୋଜରରେ ଛଡା ଯିବ ।

ନାମିବିଆରୁ ଆଠଟି ଚିତା ଆଣିଥିବା ଏକ ସ୍ୱତନ୍ତ୍ର କାର୍ଗୋ ବିମାନ ବର୍ତ୍ତମାନ ରାଜସ୍ଥାନର ଜୟପୁର ପରିବର୍ତ୍ତେ ମଧ୍ୟପ୍ରଦେଶର ଗ୍ୱାଲିଅରରେ ଅବତରଣ କରିବ । ନାମିବିଆର ରାଜଧାନୀ ୱିଣ୍ଡହୋକ୍ ଠାରୁ ସ୍ୱତନ୍ତ୍ର କାର୍ଗୋ ବିମାନ ବୋଇଙ୍ଗ 747-400 ଦ୍ୱାରା 5 ଜଣ ମହିଳା ଏବଂ 3 ପୁରୁଷ ଚିତାଙ୍କୁ ଗ୍ୱାଲିଅର୍ ବିମାନବନ୍ଦରକୁ ଅଣାଯିବ ।

‘ ଆଫ୍ରିକନ ଚିତା ଇଣ୍ଟରଡକ୍ସନ ପ୍ରୋଜେକ୍ଟ ଇନ ଇଣ୍ଡିଆ ‘ 2009 ରେ ଆରମ୍ଭ ହୋଇଥିଲା ଏବଂ ନିକଟ ଅତୀତରେ ଏହା ବୃଦ୍ଧି ହୋଇଛି । ଚିତା ଆମଦାନୀ ପାଇଁ ନାମିବିଆ ସରକାରଙ୍କ ସହ ଭାରତ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷର କରିଛି । ଗାଁରେ ଥିବା ଅନ୍ୟ ପଶୁମାନଙ୍କୁ ମଧ୍ୟ ଟୀକାକରଣ କରାଯାଇଛି ଯାହାଦ୍ୱାରା ଚିତାବାଘଙ୍କ ଠାରେ ସଂକ୍ରମଣ ନହୁଏ । ଚିତା ପାଇଁ 5 ବର୍ଗ କିଲୋମିଟର ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଘେରା ପ୍ରସ୍ତୁତ କରାଯାଇଛି । ଦକ୍ଷିଣ ଆଫ୍ରିକା ସରକାର ଏବଂ ବନ୍ୟଜନ୍ତୁ ବିଶେଷଜ୍ଞ ସେମାନଙ୍କ ଉପରେ ନଜର ରଖିବେ । ଚିତା ଏଠାରେ ଭାରତୀୟ ଜଳବାୟୁ ସହିତ ଖାପ ଖୁଆଇବା ପାଇଁ ଏକରୁ ତିନି ମାସ ସମୟ ନେଇପାରେ ।


ସେୟାର କରନ୍ତୁ