ବିଗ ବି ଅମିତାଭ ବଚ୍ଚନ କଲେ ଓଡ଼ିଆ ଫିଲ୍ମର ପ୍ରଶଂସା, ଟ୍ୱିଟ କରି କହିଲେ ଏହି କଥା

ସିନେମା
ସେୟାର କରନ୍ତୁ

ମୁମ୍ୱାଇ : ବଲିଉଡର ଶହେନ୍ସା କୁହାଯାଉଥିବା ଅମିତାଭ ବଚ୍ଚନ ଦୀର୍ଘ ଦଶନ୍ଧି ଧରି ଫିଲ୍ମ ଇଣ୍ଡଷ୍ଟ୍ରି ଉପରେ ଶାସନ କରିଆସୁଛନ୍ତି । ଅଭିନୟ, ଦକ୍ଷତା ଏବଂ ଡ୍ୟାନ୍ସରେ ତାଙ୍କର କୌଣସି ଉତ୍ତର ନାହିଁ । କିଛି ସମୟ ପୂର୍ବରୁ ଅମିତାଭ ଟ୍ବିଟରେ ଓଡ଼ିଆ ଫିଲ୍ମକୁ ପ୍ରଶଂସା କରିବା ଦେଖିବାକୁ ମିଳିଅଛି । ବଲିଉଡ଼ ସେହେନ୍ ଶାହ ଅମିତାଭ ବଚନ ଟ୍ୱିଟ କରି ଓଡ଼ିଆ ଫିଲ୍ମ ତୁ ମୋର ଓକେକୁ ଶୁଭେଚ୍ଛା ଜଣାଇଛନ୍ତି । ସିଦ୍ଧାର୍ଥ ମ୍ୟୁଜିକ ପ୍ରଯୋଜିତ ମୃତ୍ୟୁଞ୍ଜୟ ସାହୁଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଖୁବ ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି ।

ତୁ ମୋର ଓକେ ଟିମ୍ ଏବଂ ଶୀତଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅମିତାଭ ବଚନ । ବଡ଼ କଥା ହେଉଛି ଅମିତାଭ ଏମିତି ଏକ ସମୟରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଶୁଭେଚ୍ଛା ଜଣାଇଛନ୍ତି ଯେତେବେଳେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ଏକ ଜଟିଳ ସ୍ଥିତି ଦେଇ ଗତି କରୁଛି ।

ହଲରେ ଓଡ଼ିଆ ଫିଲ୍ମ ଦେଖିବାକୁ ବିମୁଖ ହେଉଛନ୍ତି ଲୋକେ । ତେଣୁ ଅମିତାଭ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଶୁଭେଚ୍ଛା ଜଣାଇ ସମସ୍ତ ଓଡ଼ିଆ ସିନେ ପ୍ରେମୀଙ୍କୁ ଉତ୍ସାହିତ କରିବାକୁ ଚାହିଁଛନ୍ତି । ଅମିତାଭଙ୍କ ଏହି ଟ୍ବିଟକୁ ଅନେକ ଓଡ଼ିଆ ସ୍ବାଗତ କରିଥିବା ବେଳେ ଏଭଳି ଏକ ଲଭ୍ ରୋମାଣ୍ଟିକ ଫିଲ୍ମର ଅମିତାଭ ପ୍ରମୋଟ କରିଥିବାରୁ ନାପସନ୍ଦ କରିଛନ୍ତି ।


ସେୟାର କରନ୍ତୁ