24 ଘଣ୍ଟାରେ ଆହୁରି ଘନିଭୂତ ହେବ ଲଘୁଚାପ, 14 ତାରିଖ ସୁଦ୍ଧା ଅବପାତ ସମ୍ଭାବନା

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଗାମୀ 12 ଘଣ୍ଟା ମଧ୍ୟରେ ଉତ୍ତର-ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ । ପରବର୍ତ୍ତୀ 24 ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବ । ଆସନ୍ତା କାଲି ଅର୍ଥାତ 14 ତାରିଖ ସୁଦ୍ଧା ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ଅବପାତ ସମ୍ଭାବନା ।

ଲଘୁଚାପ ପ୍ରଭାବରେ ଆଗକୁ ଦୁଇ ଦିନ ଭୀଷଣ ବର୍ଷା ହେବ । ଆଜି ଓ ଆସନ୍ତାକାଲି ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଲଗାଣ ବର୍ଷା ଯୋଗୁ ମହାନଦୀ ସମେତ ଅନ୍ୟ ନଦୀର ଜଳସ୍ତର ହଠାତ୍‌ ବଢ଼ି ଯାଇପାରେ ବୋଲି ପାଣିପାଗ ବିଜ୍ଞାନୀମାନେ ସତର୍କ କରାଇଛନ୍ତି ।

ଋଷିକୂଲ୍ୟା, ବଂଶଧାରା ଓ ବ୍ରାହ୍ମଣୀରେ ବି ପ୍ରବଳ ଢାଳିବ । ବର୍ଷା ଯୋଗୁ ଏହି ସବୁ ନଦୀର ଜଳସ୍ତର ବଢ଼ିପାରେ । ଏହା ବନ୍ୟା ଡାକି ଆଣିବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି ।


ସେୟାର କରନ୍ତୁ