ସ୍କୁଲ ଖୋଲିଲା, 10ରୁ 4ଟା ପର୍ଯ୍ୟନ୍ତ ପଢ଼ାଯିବ ପାଠ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ରାଜ୍ୟର ସମସ୍ତ ସ୍କୁଲ ଖୋଲିଅଛି । ଖରାଛୁଟି ଯୋଗୁଁ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିଥିଲା । ଛୁଟି ଅବଧି ଜୁନ୍‌ 16 ଯାଏଁ ଥିବାବେଳେ ଶୁକ୍ରବାର ଠାରୁ ସମସ୍ତ ସ୍କୁଲ ଖୋଲିଅଛି । ପିଲାମାନଙ୍କୁ ଉତ୍ସାହର ସହ ସ୍କୁଲ ଆସିବା ଦେଖିବାକୁ ମିଳିଥିଲା । ତେବେ ସ୍କୁଲ ଖୋଲିବା ପୂର୍ବରୁ ଗାଇଡଲାଇନ ଜାରି କରିଛି ଗଣଶିକ୍ଷା ବିଭାଗ । ପିଲାଙ୍କ ପାଠପଢ଼ା ଯେପରି ସ୍ବାଭାବିକ ହେବ ଏବଂ 2022-23 ଶିକ୍ଷାବର୍ଷ ଠିକ୍‌ ଭାବେ ପରିଚାଳିତ ହୋଇପାରିବ, ସେନେଇ ବିଦ୍ୟାଳୟର ପ୍ରଧାନଶିକ୍ଷକ, ପ୍ରଧାନ ଶିକ୍ଷୟିତ୍ରୀଙ୍କ ଉପରେ ଅଧିକ ଦାୟିତ୍ବ ନ୍ୟସ୍ତ ହୋଇଛି । 9ଟା 30ରୁ ଅପରାହ୍ନ 4ଟା 30 ପର୍ଯ୍ୟନ୍ତ ସ୍କୁଲରେ ରହିବେ ଶିକ୍ଷକ ଶିକ୍ଷୟତ୍ରୀ ।

ସୂଚନା ଥାଉକି, ଉଚ୍ଚଶିକ୍ଷା ବିଭାଗ ଚଳିତ ବର୍ଷ ଖରାଛୁଟି ସମୟକୁ କମ୍‌ କରି ପିଲାଙ୍କର ପାଠପଢ଼ା ଶେଷ କରିବାକୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ପରାମର୍ଶ ଦେଇଥିଲା । ପିଲାଙ୍କ ପଢ଼ା ଓ ପରୀକ୍ଷା ଶେଷ ହୋଇ ନଥିବାରୁ ଠିକ୍‌ ସମୟରେ ପିଲାଙ୍କ ପଢ଼ା ସାରି ପରୀକ୍ଷା ଆୟୋଜନ ପାଇଁ ବିଭାଗ ଏହି ପଦକ୍ଷେପ ଗ୍ରହଣ କରିଥିଲା । ଛୁଟି ଦିନରେ ମଧ୍ୟ ସ୍ୱତନ୍ତ୍ର କ୍ଲାସ କରି ପିଲାଙ୍କ ପଢ଼ା କ୍ଷତି ଭରଣା କରିବାକୁ ପ୍ରମୁଖ ଶାସନ ସଚିବ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ । ଶୁକ୍ରବାର ଠାରୁ ଶିକ୍ଷାନୁଷ୍ଠାନଗୁଡ଼ିକ ସ୍ୱାଭାବିକ ଭାବେ ପୂର୍ବାହ୍ନ 10ରୁ ଅପରାହ୍ନ 4 ଯାଏଁ ଚାଲିବ ।


ସେୟାର କରନ୍ତୁ