ଆସନ୍ତୁ ଜାଣିବା ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ କିଏ ପାଇଲେ କେଉଁ ବିଭାଗ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟ ମନ୍ତ୍ରୀମଣ୍ଡଳରେ ନବକଳେବର ହୋଇଛି । ରବିବାର ଲୋକସେବା କନ୍‌ଭେନ୍‌ସନ୍‌ ହଲ୍‌ରେ ନୂଆ ମନ୍ତ୍ରୀମାନେ ଶପଥ ନେଇଛନ୍ତି । ଏଥିରେ 13ଜଣ କ୍ୟାବିନେଟ୍‌ ଓ 8 ଜଣ ରାଷ୍ଟ୍ରମନ୍ତ୍ରୀ ରହିଛନ୍ତି । କିଛି ନୂଆ ମୁହଁଙ୍କୁ ଏଥର ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇଛି । ଶପଥ ଗ୍ରହଣ କରିଥିବା ନୂଆ ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବଣ୍ଟନ ହୋଇଛି ।

କ୍ୟାବିନେଟ୍ ପାହ୍ୟା

  1. ପ୍ରଫୁଲ୍ଲା କୁମାର ମଲ୍ଲିକ: ଇସ୍ପାତ ଏବଂ ଖଣି, ପୂର୍ତ୍ତ
  2. ପ୍ରତାପ କେଶରୀ ଦେବ: ଶକ୍ତି, ଶିଳ୍ପ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ
  3. ଅତନୁ ସାବ୍ୟସାଚି ନାୟକ: ଖାଦ୍ୟ ଯୋଗାଣ ଏବଂ ଉପଭୋକ୍ତା କଲ୍ୟାଣ, ସମବାୟ
  4. ପ୍ରଦିପ କୁମାର ଅମାତ: ଜଙ୍ଗଲ ଏବଂ ପରିବେଶ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ, ସୂଚନା ଏବଂ ଜନସମ୍ପର୍କ
  5. ନବ କିଶୋର ଦାସ: ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ
  6. ଅଶୋକ ଚନ୍ଦ୍ର ପଣ୍ଡା: ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମଙ୍କ ସଶକ୍ତିକରଣ
  7. ଟୁକୁନି ସାହୁ: ଜଳ ସମ୍ପଦ, ବାଣିଜ୍ୟ ଏବଂ ପରିବହନ
  8. ରାଜେନ୍ଦ୍ର ଢ଼ୋଲାକିଆ: ଯୋଜନା ଏବଂ ସଂଯୋଜନା
  9. ଜଗନ୍ନାଥ ସାରାକା: ଆଇନ, ଆଦିବାସୀ କଲ୍ୟାଣ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ
  10. ନିରଂଜନ ପୂଜାରୀ: ଅର୍ଥ ଓ ସଂସଦୀୟ ବ୍ୟାପାର
  11. ରଣେନ୍ଦ୍ର ପ୍ରତାପ ସ୍ୱାଇଁ: କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ
  12. ପ୍ରମିଲା ମଲ୍ଲିକ: ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା
  13. ଉଷା ଦେବୀ: ଗୃହ ଏବଂ ସହରୀ ବିକାଶ

ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ)

ସମୀର ରଂଜନ ଦାଶ: ବିଦ୍ୟାଳୟ ଓ ଗଣଶିକ୍ଷା

ଅଶ୍ୱିନୀ କୁମାର ପାତ୍ର: ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି, ଏକ୍ସାଇଜ୍

ପ୍ରୀତୀରଜନ ଘଡ଼େଇ: ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା

ଶ୍ରୀକାନ୍ତ ସାହୁ: ଶ୍ରମ ଏବଂ କର୍ମଚାରୀଙ୍କ ରାଜ୍ୟ ବୀମା

ତୁଷାରକାନ୍ତ ବେହେରା: ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା, କ୍ରୀଡା ଏବଂ ଯୁବ ସେବା

ରୋହିତ ପୂଜାରୀ: ଉଚ୍ଚଶିକ୍ଷା

ରୀତା ସାହୁ: ହସ୍ତତନ୍ତ, ବୟନ ଏବଂ ହସ୍ତଶିଳ୍ପ

ବାସନ୍ତୀ ହେମ୍ବ୍ରମ: ମହିଳା ଏବଂ ଶିଶୁ ବିକାଶ ଏବଂ ମିଶନ ଶକ୍ତି

ରାଷ୍ଟ୍ରମନ୍ତ୍ରୀ
ତୁଷାରକାନ୍ତି ବେହେରାଙ୍କୁ ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବ ସେବାର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଦାୟିତ୍ୱ ସହିତ ଗୃହ ରାଷ୍ଟମନ୍ତ୍ରୀ ଦାୟିତ୍ୱ ମିଳିଛି ।


ସେୟାର କରନ୍ତୁ