ସୋନିଆ ଗାନ୍ଧୀ ହେଲେ କରୋନା ପଜିଟିଭ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ : କଂଗ୍ରେସର ଅନ୍ତରୀମ ଅଧ୍ୟକ୍ଷ ସୋନିଆ ଗାନ୍ଧୀ କରୋନା ପଜିଟିଭ ବୋଲି ଜଣାପଡିଛି । ଏଭଳି ପରିସ୍ଥିତିରେ ସେ ନିଜକୁ ଅଲଗା କରିଦେଇଛନ୍ତି । ତାଙ୍କ ସହ ସମ୍ପର୍କରେ ଆସିଥିବା ସମସ୍ତଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି ।

କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଗତ କିଛି ଦିନ ହେବ ସୋନିଆ ଗାନ୍ଧୀଙ୍କୁ ଦଳର ଅନେକ ନେତା ସାକ୍ଷାତ କରିଛନ୍ତି । ସେହି ନେତାଙ୍କ ମଧ୍ୟରୁ କେତେକ କରୋନା ସଂକ୍ରମିତ ହୋଇଥିବା ମଧ୍ୟ ଜଣାପଡିଛି । ସୋନିଆ ଗାନ୍ଧୀ ଠାରେ ସାମାନ୍ୟ ଜ୍ୱରର ଲକ୍ଷଣ ଦେଖାଗଲା, ଯାହା ପରେ ତାଙ୍କୁ କରୋନା ପରୀକ୍ଷା କରାଯାଇଥିଲା । ଏହା ପରେ ସୋନିଆଙ୍କ ପରୀକ୍ଷା ପରେ ପଜିଟିଭ୍ ଦେଖାଗଲା । ପଜିଟିଭ୍ ମିଳିବା ପରେ ସୋନିଆ ନିଜକୁ ଅଲଗା କରିଦେଇଛନ୍ତି ଏବଂ ସମସ୍ତଙ୍କୁ ସତର୍କତା ଅବଲମ୍ବନ କରିବାକୁ କୁହାଯାଉଛି । ପ୍ରିୟଙ୍କା ଗାନ୍ଧୀ ମଧ୍ୟ ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ, ଯାହା ପରେ ସେ ଲକ୍ଷ୍ନୌରୁ ଦିଲ୍ଲୀକୁ ଫେରୁଛନ୍ତି ।

ଏ ସମ୍ପର୍କରେ ସୂଚନା ଦେଇ କଂଗ୍ରେସ ନେତା ରଣଦୀପ ସୂର୍ଯ୍ୟୱାଲା କହିଛନ୍ତି ଯେ ସୋନିଆ ଗାନ୍ଧୀଙ୍କୁ କରୋନା ପଜିଟିଭ ବୋଲି ଜଣାପଡିଛି । ତାଙ୍କ ଠାରେ ସାମାନ୍ୟ ଜ୍ୱର ସହ ଅନ୍ୟ କେତେକ ଲକ୍ଷଣ ଦେଖା ଦେଇଛି । ଏଭଳି ପରିସ୍ଥିତିରେ ତାଙ୍କୁ ଆବଶ୍ୟକ ଚିକିତ୍ସା ଦିଆଯାଉଛି । ସେ ବର୍ତ୍ତମାନ ସେ ନିଜକୁ ଅଲଗା କରିଛନ୍ତି ।


ସେୟାର କରନ୍ତୁ