ଶୋଇଥିବା ମଣିଷ ଉପରେ ରଙ୍ଗିଲେ ଦୁଇ ଅଜଗର, ସୋସିଆଲ ମିଡିଆ ହେଲା ଆଶ୍ଚର୍ଯ୍ୟ

ଭାଇରାଲ
ସେୟାର କରନ୍ତୁ

Viral Video : ଇଣ୍ଟରନେଟରେ ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ସେମାନଙ୍କର ବିପଜ୍ଜନକ ଗୃହପାଳିତ ପଶୁମାନଙ୍କର ଭିଡିଓ ପୋଷ୍ଟ କରନ୍ତି । ଏଥିରେ ପୋଷା ସାପର ଭିଡିଓ ମଧ୍ୟ ସେୟାର କରନ୍ତି । ସମସ୍ତେ ଏହି ରଙ୍ଗୁଥିବା ଜୀବର ବିଷ ଏବଂ ଲାଳସହିତ ଜିଭକୁ ଭୟ କରନ୍ତି, କିନ୍ତୁ ତଥାପି କିଛି ଲୋକ ସାପମାନଙ୍କ ସହିତ ସମୟ ବିତାଇବା ଏବଂ ଇଣ୍ଟରନେଟରେ ସେମାନଙ୍କର ଭିଡିଓ ପୋଷ୍ଟ କରିବା ପାଇଁ ବହୁତ ସାହସିକତା ପ୍ରଦର୍ଶନ କରନ୍ତି । ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ବ୍ୟକ୍ତି ଶୋଇଛନ୍ତି ଏବଂ ଦୁଇଟି ବଡ ଅଜଗର ତାଙ୍କ ଉପରେ ରଙ୍ଗୁଛନ୍ତି । ଏହି ହଳଦିଆ ରଙ୍ଗର ଅଜଗର ଗୁଡିକ ତାଙ୍କ ଉପରେ କୌଣସି ଅନିଷ୍ଟ ନକରି ବୁଲୁଛନ୍ତି ।

ଇନଷ୍ଟାଗ୍ରାମରେ Snakebytestv ରେ ପୋଷ୍ଟ କରାଯାୟୀ, ଏହା ଲେଖା ହୋଇଛି, ବେଳେବେଳେ ଦୀର୍ଘ ଦିନ ପରେ ତୁମର ପ୍ରିୟଙ୍କ ସହିତ ଶୋଇବା ଉଚିତ୍ । ମୁଁ ଏକୁଟିଆ ରହି ପାରିବି ନାହିଁ । “

ଏହି ଭିଡିଓକୁ 1.3 ମିଲିୟନ୍ ଲୋକ ଦେଖିଛନ୍ତି ଏବଂ ଏହା ଏପର୍ଯ୍ୟନ୍ତ 24,000 ଲାଇକ୍ କରିଛନ୍ତି । ଲୋମ ଟାଙ୍କୁରେଇଲା ଏହି ଭିଡିଓ ସୋସିଆଲ୍ ମିଡିଆରେ ଲୋକଙ୍କ ନିଶ୍ୱାସ ଅଟକାଇଦେଲା ।

ଜଣେ ଇନଷ୍ଟାଗ୍ରାମ ୟୁଜର ପଚାରିଥିଲେ, “ୱା! …… ତୁମେ କିପରି ଏତେ ମଜା ନେଉଅଛ ?”

ଅନ୍ୟ ଜଣେ ୟୁଜର ଲେଖିଛନ୍ତି, “ପଶୁ ଵାଲା ବ୍ୟକ୍ତି”! ଜଣେ ସରଳ ଭାବରେ କହିଲେ, ମୁଁ ଭୟଭୀତ ହେଲି ।

ଇନଷ୍ଟାଗ୍ରାମ ଆକାଉଣ୍ଟ ଯେଉଁଥିରୁ ଏହି ପୋଷ୍ଟ ପୋଷ୍ଟ କରାଯାଇଅଛି, Brian Barczykଙ୍କ ଦ୍ୱାରା ପରିଚାଳିତ ଯିଏକି ମିଚିଗନରେ ବଣୁଆ ଜନ୍ତୁରେ ବିଶେଷଜ୍ଞ ଅଟନ୍ତି । ପଶୁପ୍ରେମୀଙ୍କୁ Brian Barczyk ସମସ୍ତ ପ୍ରକାରର ସରୀସୃପ ବିଷୟରେ ସୂଚନା ଦିଅନ୍ତି ।

ତାଙ୍କର ଇନଷ୍ଟାଗ୍ରାମ ବାୟୋରେ ଲେଖାଅଛି, ପଶୁମାନଙ୍କ ସହ ଦୁଃସାହସିକ କାର୍ଯ୍ୟ କରିବା ଏବଂ ପ୍ରତିଦିନ ଭିଡିଓ କରିବା ପାଇଁ ବିଶ୍ୱକୁ ଭ୍ରମଣ କରୁଛି ।

ଚଳିତ ବର୍ଷ ଏପ୍ରିଲରେ ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଠାରେ ତାଙ୍କୁ ଅନେକ ଲୋକଙ୍କ ସାମ୍ନାରେ କୋବ୍ରାର କପାଳକୁ ଚୁମ୍ବନ ଦେଉଥିବା ଦେଖାଯାଇଥିଲା । ଏହି ଭିଡିଓକୁ ଇନଷ୍ଟାଗ୍ରାମରେ 13,000 ଲୋକ ପସନ୍ଦ କରିଥିଲେ ।


ସେୟାର କରନ୍ତୁ