ୟଶଙ୍କ KGF Part 3ରେ ହେବ ହ୍ରିତିକ୍ ରୋଶନଙ୍କ ଏଣ୍ଟ୍ରି, ମେକର୍ସ କାଷ୍ଟିଙ୍ଗକୁ ନେଇ କହିଲେ ଏହି କଥା

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ସାଉଥ୍ ର ସୁପରଷ୍ଟାର୍ ଅଭିନେତା ୟଶଙ୍କ ଫିଲ୍ମ କେଜିଏଫ୍ ଚ୍ୟାପ୍ଟର 2 ସାରା ବିଶ୍ୱରେ ଦେଖିବାକୁ ମିଳିଥିଲା ​​। ଏହି ଚଳଚ୍ଚିତ୍ରଟି 46 ଦିନର ରନ୍ ସମୟରେ 1230 କୋଟି ଟଙ୍କା ରୋଜଗାର କରିଅଛି ​​। ୟଶ ରକି ଭାଇର ଚରିତ୍ରରେ ଅଭିନୟ କରିଛନ୍ତି, ଯାହାକୁ ସମସ୍ତେ ପସନ୍ଦ କରିଛନ୍ତି । ଏପରି ପରିସ୍ଥିତିରେ, ବର୍ତ୍ତମାନ ପ୍ରଶଂସକମାନେ KGF ର ତୃତୀୟ ଭାଗ (KGF Part 3) ପାଇଁ ବହୁତ ଉତ୍ସାହିତ ଅଛନ୍ତି ।

ନିକଟରେ ନିର୍ମାତା କେଜିଏଫ୍‌-3 ପାଇଁ ଘୋଷଣା କରିସାରିଛନ୍ତି । ଏହି ସମୟରେ, ଖବର ମଧ୍ୟ ଆସୁଛି କି କେଜିଏଫ୍ ନିର୍ମାତାମାନେ ମଧ୍ୟ ପାର୍ଟ-3 ପାଇଁ ହ୍ରିତିକ୍ ରୋଶନଙ୍କ ସହ ସମ୍ପର୍କ କରିଛନ୍ତି । ନିର୍ମାତାମାନେ ଏହାକୁ ନେଇ ଖୁଲାସା କରିଛନ୍ତି ।

କେଜିଏଫ୍-2 ର ଦବ୍‌ଦବା ଅନେକ ହଲରେ ଦେଖାଯାଉଛି । ଏହି ସମୟରେ ନିର୍ମାତାମାନେ କେଜିଏଫ୍ -3 ମଧ୍ୟ ଘୋଷଣା କରିଛନ୍ତି । କେଜିଏଫ୍ ପ୍ରଡକ୍ସନ୍ ହାଉସ୍ ହୋମ୍ବଲେ ଫିଲ୍ମର ସହ-ସିଇଓ ବିଜୟ କିରାଙ୍ଗଡୋର ଏକ ସାକ୍ଷାତକାରରେ ହ୍ରିତିକଙ୍କ କାଷ୍ଟିଂ ବିଷୟରେ ମଧ୍ୟ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ ଚଳିତ ବର୍ଷ କେଜିଏଫ୍ -3 ପ୍ରସ୍ତୁତ ହୋଇପାରିବ ନାହିଁ । ଆମର କିଛି ଯୋଜନା ଅଛି, କାରଣ ଏହି ସମୟରେ ପ୍ରଶାନ୍ତ ନୀଲ ସାଲାରରେ ବ୍ୟସ୍ତ ଅଛନ୍ତି ।

ସେ ଆହୁରି କହିଛନ୍ତି ଯେ ଏଭଳି ପରିସ୍ଥିତିରେ ଆମେ ଚାହୁଁ ଯେ ସମୟ ଆସିବ ୟଶ୍‌ ଫ୍ରି ହେଲେ ସମସ୍ତେ ଏକାଠି ହୋଇ କେଜିଏଫ-୩ରେ କାମ କରିବୁ । ଆମର ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ତାରିଖ ନାହିଁ ଠିକ୍‌ ହୋଇ ନାହିଁ । ପାର୍ଟ-3 କାମ କେବେ ଆରମ୍ଭ ହେବ ଜାଣି ନାହୁଁ । ଥରେ ଆମେ ତାରିଖ ଚୂଡାନ୍ତ କରିଦେଲେ, ଆମେ କାଷ୍ଟିଂ ପ୍ରକ୍ରିୟା ଆରମ୍ଭ କରିବୁ । ସବୁ କିଛି ଠିକ୍‌ ହେଲେ ଆମେ ଖୁବ୍‌ ଶୀଘ୍ର ଜଣାଇବୁ ।


ସେୟାର କରନ୍ତୁ