କଣ ତଲାକ ପରେ ଦ୍ୱିତୀୟ ବିବାହ କରିବେ କରିସ୍ମା କପୁର, ସୋସିଆଲ ମିଡିଆରେ କହିଲେ ଏହି କଥା

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଅଭିନେତ୍ରୀ କରିସ୍ମା କପୁର ଏବେ ଇନ୍ସଟାଗ୍ରାମରେ ପ୍ରଶଂସକଙ୍କ ପ୍ରଶ୍ନର ଜବାବ ଦେଇଛନ୍ତି । ଅସଲରେ କରିସ୍ମା କପୁର ଇନ୍ସଟାରେ’ ମୋତେ କିଛି ପଚାର’ ସେସନ ରଖିଥିଲେ । ଏହି ସମୟରେ ଅଭିନେତ୍ରୀଙ୍କ ପ୍ରଶଂସକ ତାଙ୍କୁ ଅନେକ ଫନି ଓ ପର୍ସନାଲ ପ୍ରଶ୍ନ ପଚାରିଥିଲେ ଯାହାର ଜବାବ ଅଭିନେତ୍ରୀ ଦେଇଥିଲେ । ଏହି ସମୟରେ ଲୋକମାନେ କରିସ୍ମା କପୁରଙ୍କୁ ତାଙ୍କର ପ୍ରିୟ ଖାଦ୍ୟ, ପ୍ରିୟ ଅଭିନେତା, ପ୍ରିୟ ରଙ୍ଗ ଓ ଏହି ପର୍ଯ୍ୟନ୍ତ ମଧ୍ୟ ପଚାରି ଥିଲେ କି ସେ ଦ୍ୱିତୀୟ ବିବାହ କରିବେ ?

ଏହି ‘ମୋତେ କିଛି ପଚାର’ ସେସନରେ କରିସ୍ମା କପୁରଙ୍କୁ ଏହା ମଧ୍ୟ ପଚରାଯାଇଥିଲା କି ସେ ରଣବୀର କପୁର ଓ ରଣବୀର ସିଂହ ମଧ୍ୟରୁ କାହାକୁ ବେଶୀ ପସନ୍ଦ କରନ୍ତି । ଏହି ପ୍ରଶ୍ନର ଜବାବରେ ଅଭିନେତ୍ରୀ କହିଥିଲେ ଦୁଇ ଜଣଙ୍କୁ । ‘ମୋତେ କିଛି ପଚାର’ ସେସନ ସମୟରେ କରିସ୍ମା ବତାଇଥିଲେ ତାଙ୍କର ପ୍ରିୟ ଖାଦ୍ୟ ବିରଆନି ଅଟେ ।

ତେଣେ, ଇସାରାରେ ଅଭିନେତ୍ରୀ କହିଥିଲେ ତାଙ୍କର ପ୍ରିୟ ରଙ୍ଗ କଳା ଅଟେ । ‘ମୋତେ କିଛି ପଚାର’ ସେସନ ଚାଲୁଥିଲା ଏହି ସମୟରେ ଜଣେ ଫ୍ୟାନ ବହୁତ ପର୍ସନାଲ ପ୍ରଶ୍ନ ପଚାରିଥିଲେ, ପ୍ରଶ୍ନ ଥିଲାକି ସେ ଦ୍ୱିତୀୟ ବିବାହ କରିବେ ? ଏଇ ପ୍ରଶ୍ନର ଜବାବରେ କରିସ୍ମା ଏକ କନଫିଉଜ ସି ଯିଫ ସେୟାର କରି ଲେଖିଥିଲେ ‘ଡ଼ିପେଂଡ୍ସ’ ଅର୍ଥାତ ନିର୍ଭର କରିଥାଏ । ଆପଣଙ୍କୁ ବତାଇ ଦେଉଛୁ ଏପରି କମ ହୋଇଛି ଯେତେବେଳେ କରିସ୍ମା ନିଜ ପୋଷ୍ଟକୁ ନେଇ କେବେ କିଛି କହିଛନ୍ତି ।

କରିସ୍ମା ଙ୍କ ବାହାଘର ଦିଲ୍ଲୀର ବ୍ୟବସାୟାଈ ସଞ୍ଜୟ କପୁରଙ୍କ ସହ 2003 ରେ ହୋଇଥିଲା । ଏହି ବାହାଘରରେ ଅଭିନେତ୍ରୀଙ୍କ ଦୁଇଟି ପିଲା ଝିଅ ସମାୟରା ଓ ପୁଅ କିଆନ ହୋଇଥିଲେ । ହେଲେ 2014 ଆସିଲା ବେଳକୁ କରିସ୍ମା ଓ ସଞ୍ଜୟ ଙ୍କର ବାହାଘର ଭାଙ୍ଗି ଯାଇଥିଲା ଓ 2016 ମସିହାରେ କରିସ୍ମା ଓ ସଞ୍ଜୟଙ୍କ ମଧ୍ୟରେ ତଲାକ ହୋଇଥିଲା ।ମିଡ଼ିଆ ରିପୋର୍ଟ ଅନୁସାରେ ଏହି ଦୁଇ ଜଣ ଜଣେ ଅନ୍ୟ ଜଣଙ୍କ ଉପରେ ସଂଗୀନ ଆରୋପ ଲଗାଇଥିଲେ ଯେଉଁଥି ପାଇଁ ଏହି ତଲାକ ବହୁତ ଚର୍ଚାକୁ ଆସିଥିଲା ।


ସେୟାର କରନ୍ତୁ