ଆଜି ହେଉଛି ୱାର୍ଲ୍ଡ ଆର୍ଥ ଡେ

ଦେଶବିଦେଶ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ହେଉଛି ‘ୱାର୍ଲ୍ଡ ଆର୍ଥ ଡେ ‘ । ଧରିତ୍ରୀ ମା’କୁ ସମ୍ମାନ ଦେବା ସହ ଏହାର ସୁରକ୍ଷା ଲାଗି ପ୍ରତି ବର୍ଷ ଏପ୍ରିଲ୍ 22 ତାରିଖକୁ ‘ୱର୍ଲ୍ଡ ଆର୍ଥ ଡେ’ ବା ବିଶ୍ୱ ଧରିତ୍ରୀ ଦିବସ ଭାବେ ପାଳନ କରାଯାଏ । 1970 ମସିହାରେ ଆରମ୍ଭ ହୋଇଥିବା ଏହି ପରମ୍ପରା ବର୍ତ୍ତମାନ 192 ଦେଶରେ ପ୍ରଚଳିତ ହେଉଛି ।

ପୃଥିବୀପୃଷ୍ଠରେ ରହୁଥିବା ସମସ୍ତ ଜୀବଜନ୍ତୁ ଓ ବୃକ୍ଷଲତାକୁ ସୁରକ୍ଷା ଦେବା ଆମମାନଙ୍କର ପ୍ରଥମ କର୍ତ୍ତବ୍ୟ ବୋଲି ଏହାଦ୍ୱାରା ସୂଚାଇ ଦିଆଯାଇଛି । ପୃଥିବୀକୁ ସରସ ସୁନ୍ଦର କରିବା ପାଇଁ ସମସ୍ତେ ପ୍ରୟାସ କରିବା ଦରକାର ଏବଂ ଆମେ ପୃଥିବୀର ଯେତିକି ଯତ୍ନ ନେବା ଆମ ପରିବେଶ ସେତିକି ସୁନ୍ଦର ହୋଇପାରିବ ।


ସେୟାର କରନ୍ତୁ