ନିଜର ପ୍ରିୟ ଗୀତ ବାଜିବା କ୍ଷଣି ଆଣ୍ଟି ନିୟନ୍ତ୍ରଣ ହରାଇଲେ, ଏପରି ଖତରନାକ ନାଚ କଲେ ଯେ ଲୋକେ କହିଲେ- କେହି ତ ରୋକି ଦିଅ, ଦେଖନ୍ତୁ ଭିଡ଼ିଓ

ଭାଇରାଲ
ସେୟାର କରନ୍ତୁ

ଭାଇରାଲ ଭିଡିଓ : ସୋସିଆଲ ମିଡ଼ିଆ ଏପରି ଜାଗା ଯେଉଁଠି ହଜାରେ ଜିନିଷ viral ହୋଇଥାଏ । ଏହା ଏପରି ଏକ ପ୍ଲାଟଫର୍ମ ଯାହା ରାଜାକୁ ଭିକାରି ଓ ଭିକାରିକୁ ରାଜା ବନାଇଦିଏ । ଏହା ମାଧ୍ୟମରେ ଜଣା ନାହିଁ କେତେ ଲୋକ ଦୁନିଆରେ ପ୍ରସିଦ୍ଧ ହୋଇଛନ୍ତି । ପୁଣି ସେ ରାନୁ ମଣ୍ଡଳ ହୁଅନ୍ତୁ ବା ଅନନ୍ୟ ଷ୍ଟାଇଲରେ ବାଦାମ ବିକୁଥିବା କଚା ବାଦାମ ପ୍ରସିଦ୍ଧ ଭୁବନ ବାଦ୍ୟକାର । ହଁ ,ଏହିପରି କେତେ ଭିଡ଼ିଓ ଆଜି ପର୍ଯ୍ୟନ୍ତ ଆପଣ ଦେଖିଥିବେ । ଏହିପରି ଏକ ମଜାଦାର ଭିଡ଼ିଓ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହାକୁ ଦେଖିଲା ପରେ ହସି ହସି ଆପଣଙ୍କ ପେଟ ପୀଡା ହୋଇଯିବ । ଏହି ଭାଇରାଲ ହେଉଥିବା ଭିଡ଼ିଓରେ ଜଣେ ଆଣ୍ଟି ବାହାଘରରେ ଡ୍ୟାନ୍ସ ଫ୍ଲୋରରେ ଏପରି ନାଚୁଛନ୍ତି, ଯାହାକୁ ଦେଖି ଲୋକ ଆଶ୍ଚର୍ଯ୍ୟ ହୋଇଛନ୍ତି ।

ବାହାଘରରେ ନାଚ କରୁଥିବା ଆଣ୍ଟିଙ୍କ ଭାଇରାଲ ଭିଡିଓ ଦେଖନ୍ତୁ….

ଭାଇରାଲ ହେଉଥିବା ଏହି ଭିଡ଼ିଓ କୁ wedus .in ନାମକ ଇନ୍ସଟା ପେଜରେ ସେୟାର କରାଯାଇଛି । ଭିଡ଼ିଓରେ ଆପଣ ଦେଖିପାରିବେ ପଂଜାବୀ ଗୀତ ଇସ୍କ ତେରା ତଡପାୟେ ଯେମିତି ଷ୍ଟାର୍ଟ ହେଉଛି ,ଶାଢ଼ୀ ପିନ୍ଧିଥିବା ଆଣ୍ଟି ଏହା ପରେ ଖତରନାକ ତରିକାରେ ନାଚିବାକୁ ଲାଗୁଛନ୍ତି । ଆଣ୍ଟିଙ୍କ ଡ୍ୟାନ୍ସ moves ଏତେ ମଜାଦାର ଯେ ଲୋକେ ଏହା ଉପରେ ପ୍ରତିକ୍ରିୟା ଦେବା ଆରମ୍ଭ କରିଦେଇଛନ୍ତି ।

ଜଣେ ସୋସିଆଲ ମିଡ଼ିଆ ୟୁଜର ଏହି ଭିଡ଼ିଓରେ କମେଣ୍ଟ କରି ଲେଖିଛନ୍ତି ,କଣ ପାଗଳପନ ଅଟେ ,ତ ଅନ୍ୟ ଜଣେ ଲେଖିଛନ୍ତି, ଆରେ ଆରାମରେ । ତେଣେ ଅନ୍ୟ ଜଣେ ଚୁଟକୀ ବଜାଇ ଲେଖିଛନ୍ତି, ଆଣ୍ଟି ଅପେକ୍ଷା କରିଥିଲେ କେହି ତାଙ୍କୁ ନାଚିବା ପାଇଁ କହୁ । ଏହିପରି ଅନେକ ମଜାଦାର ପ୍ରତିକ୍ରିୟା ଏହି ଭିଡ଼ିଓକୁ ଦେଖିଲାପରେ ମିଳୁଅଛି ।


ସେୟାର କରନ୍ତୁ