ଉତ୍କଳ ଦିବସ ଅବସରରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଆଜି ହେଉଛି ଏପ୍ରିଲ 1 ଉତ୍କଳ ଦିବସ । ଆଜି ଓଡିଶାର ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଉଛି ସାରାରାଜ୍ୟ । ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶାକୁ ଆଜିର ଦିନ 1936 ମସିହାରେ ମିଳିଥିଲା ମାନ୍ୟତା । ତେବେ ଆଜିର ଏହି ମହାନ ଉତ୍କଳ ଦିବସରେ ପରଜଙ୍ଗ ବ୍ଲକ ଅନ୍ତର୍ଗତ ବଡଝରା ଗ୍ରାମରେ ଥିବା ଶ୍ରୀ ସତ୍ୟସାଇ ସେବା ସଂଗଠନ ଆନୁକୂଲ୍ୟରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି ।

ସୂଚନା ଥାଉ କି, ଏଥିରେ ଜିଲ୍ଲା ସତ୍ୟସାଇ ସେବା ସଂଗଠନର ଜିଲ୍ଲା ସଭାପତି ରଶ୍ମିରଞ୍ଜନ ଦାସ ଉପସ୍ଥିତ ରହି କାର୍ଯ୍ୟ ତଦାରଖ କରିଥିବା ବେଳେ ବଡଝରା ଗ୍ରାମ ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ଶ୍ରୀମତି ରୁନୁ ପ୍ରଧାନ ଓ ସମିତିସଭ୍ୟ ଶ୍ରୀଯୁକ୍ତ ଭୃଗୁବର ସାହୁଙ୍କ ଉପସ୍ଥିତି ଅଞ୍ଚଳର ଲୋକଙ୍କୁ ଆକୃଷ୍ଟ କରିଥିଲା । ତେବେ ଆଜିର ଏହି ମହାନ କାର୍ଯ୍ୟରେ ଆଖ ପାଖ ଗ୍ରାମର କିଛି ଆଗ୍ରହୀ ବ୍ୟକ୍ତିବିଶେଷ ସ୍ୱଇଚ୍ଛାରେ ଆସି ରକ୍ତଦାନ କରିବା ଗ୍ରାମ ତଥା ସାଇ ସଂଗଠନର ପ୍ରତେକ ମେମ୍ବରଙ୍କୁ ଉତ୍ସାହିତ କରିଥିଲା ।

ସୂଚନା ଅନୁଯାୟୀ, ସତ୍ୟସାଇ ସେବା ସଙ୍ଗଠନର ଆବାହକ ଦେବବ୍ରତ ସାହୁ ଓ ଯୁବ ଆବାହକ ଅଭୟ କୁମାର ସାହୁ ଏବଂ ସାଇ ସଂଗଠନର ସମସ୍ତ ସଦସ୍ୟଙ୍କ ସହଯୋଗରେ ଏ ଶିବିର ଆୟୋଜନ କରାଯାଇଥିବା ସଂଗଠନ ତରଫରୁ କୁହାଯାଇଛି । ତେବେ ଏଥିରେ 88 ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ଜଣା ପଡ଼ିଛି ।


ସେୟାର କରନ୍ତୁ