ବିଶ୍ୱ ପଖାଳ ଦିବସ: ବାଲୁକା କଳା ମାଧ୍ୟମରେ ପଖାଳ ପରସି ଶୁଭେଚ୍ଛା ଜଣାଇଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ରାଜ୍ୟ
ସେୟାର କରନ୍ତୁ

ପୁରୀ : ଆଜି ହେଉଛି ବିଶ୍ୱ ପଖାଳ ଦିବସ ଅର୍ଥାତ ମାର୍ଚ୍ଚ 20 ତାରିଖରେ ପାଳନ ହେଉଛି ବିଶ୍ୱ ପଖାଳ ଦିବସ । ଏହି ଅବସରରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀରେ ଏକ ବାଲୁକା କଳା ପ୍ରଦର୍ଶନ କରିଛନ୍ତି । ତେବେ ଏହି ବାଲୁକା ଚିତ୍ର କଳା ମାଧ୍ୟମରେ ପ୍ରତ୍ୟେକ ଓଡ଼ିଆଙ୍କୁ ବାଲୁକା ଚିତ୍ର କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।

ପୁରୀ ବେଳାଭୂମିରେ ପଖାଳ ଦିବସ ନେଇ ଏକ ଆକର୍ଷଣୀୟ ବାଲୁକାକଳା ନିର୍ମାଣ କରିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ସୁଦର୍ଶନ ବାଲିରେ ପଖାଳ, ବଡି ଚୁରା , ମାଛ ଭଜା ସହ ବିଭିନ୍ନ ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନ ପରଶି ଅଛନ୍ତି । ଯାହାକି ବେଶ୍ ଆକର୍ଷଣୀୟ ହୋଇଛି । ତେବେ ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ମଧ୍ୟ ମହାପ୍ରଭୁଙ୍କୁ ଦହି ପଖାଳ ଲାଗି କରାଯାଏ । ଏଣୁ ପଖାଳ ଓଡିଆ ମାନଙ୍କର ଅତି ପ୍ରିୟ ଓ ପ୍ରମୁଖ ଖାଦ୍ୟ ଭାବେ ଗ୍ରହଣ କରାଯାଇଥିବା ବେଳେ ଏହି ଭୋଜନର ଏକ ସ୍ୱତନ୍ତ୍ରତା ରହିଛି । ଏଣୁ ପଖାଳ ଭୋଜନକୁ ମନେ ରଖିବା ପାଇଁ ମାର୍ଚ୍ଚ 20କୁ ବିଶ୍ୱ ପଖାଳ ଦିବସ ଭାବେ ପାଳନ କରାଯାଉଛି ।


ସେୟାର କରନ୍ତୁ