ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ: 106ତମ ଜନ୍ମ ଜୟନ୍ତୀ ଅବସରରେ ବାଲୁକା କଳାରେ ଶ୍ରଦ୍ଧାଞ୍ଜଳୀ ଦେଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ରାଜ୍ୟ
ସେୟାର କରନ୍ତୁ

ପୁରୀ : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଆଜି ନାହାନ୍ତି ସତ, କିନ୍ତୁ ତାଙ୍କର ସାହସିକତା, ଉଦାରତା ଓ ଗମ୍ଭୀର ଠାଣିରେ ଆକଟ କରିବାର ଭଙ୍ଗୀ ଆଜି ବି ଅନେକଙ୍କ ପାଇଁ ଅବିସ୍ମରଣୀୟ ହୋଇ ରହିଛି । ଆଜି ମାର୍ଚ୍ଚ 5 ତାରିଖ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ 106ତମ ଜନ୍ମ ଜୟନ୍ତୀ । ଏହି ଅବସରରେ ପ୍ରବାଦ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ବିଜୁ ପଟ୍ଟନାୟକଙ୍କ କରିଛନ୍ତି ପ୍ରତିମୂର୍ତ୍ତୀ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

ସୂଚନାଯୋଗ୍ୟ ଯେ, ଓଡ଼ିଶାକୁ ବିକାଶର ଶୀର୍ଷରେ ପହଞ୍ଚାଇବା ଥିଲା ବିଜୁବାବୁଙ୍କ ଲକ୍ଷ୍ୟ । ସେବା ଓ ସ୍ବାଭିମାନ ଥିଲା ବିଜୁବାବୁଙ୍କ ଆଦର୍ଶ । ବିଜୁଙ୍କ ବୀରତ୍ବର ଗାଥା ହେଉ କି ଓଡ଼ିଶା ପାଇଁ ତାଙ୍କର ଅବଦାନ ସବୁବେଳେ ପ୍ରତିଟି ଜନମାନସରେ ତାଙ୍କୁ ଅମର କରିଦେଇଛି । ଏଥିପାଇଁ ତ ଆଜିର ଦିନ ମାନେ ମାର୍ଚ୍ଚ 5କୁ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରାଯାଉଛି ।


ସେୟାର କରନ୍ତୁ