Coronavirus: ଦେଶରେ ଆଜି ଆସିଲା 15 ହଜାର 102 ନୂଆ କରୋନା କେସ, 278 ମୃତ୍ୟୁ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଦେଶରେ ପୂର୍ବ 24 ଘଣ୍ଟା ମଧ୍ୟରେ କରୋନା ଭାଇରସର 15 ହଜାର 102 ନୂଆ କେସ ସାମ୍ନାକୁ ଆସିଅଛି । ଏହି ସମୟରେ 278 ଜଣଙ୍କର ମୃତ୍ୟୁ ହୋଇଅଛି । ପୂର୍ବ 24 ଘଣ୍ଟାରେ 31 ହଜାର 377 ସୁସ୍ଥ ହୋଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଂଖ୍ୟା ମୁତାବକ :

ପୂର୍ବ 24 ଘଣ୍ଟାରେ ନୂଆ ମାମଲା – 15 ହଜାର 102
ଏପର୍ଯ୍ୟନ୍ତ ମୋଟ ମାମଲା – 4 କୋଟି 28 ଲକ୍ଷ 67 ହଜାର 031

ପୂର୍ବ 24 ଘଣ୍ଟାରେ ସୁସ୍ଥ ହୋଇଥିବା ରୋଗୀ – 31 ହଜାର 377
ଏପର୍ଯ୍ୟନ୍ତ ମୋଟ ସୁସ୍ଥ ହୋଇଥିବା ରୋଗୀ -4 କୋଟି 21 ଲକ୍ଷ 89 ହଜାର 887

ପୂର୍ବ 24 ଘଣ୍ଟାରେ ହୋଇଥିବା ମୃତ୍ୟୁ – 2 ଶହ 78
ଏପର୍ଯ୍ୟନ୍ତ ହୋଇଥିବା ମୋଟ ମୃତ୍ୟୁ – 5 ଲକ୍ଷ 12 ହଜାର 622

ମୋଟ ଆକ୍ଟିଭ କେସ- 1 ଲକ୍ଷ 64 ହଜାର 522

ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ICMR) ମୁତାବକ ଦେଶରେ 22 ଫେବୃୟାରୀ ପର୍ଯ୍ୟନ୍ତ କରୋନା ଭାଇରସ ପାଇଁ ମୋଟ 76 କୋଟି 24 ଲକ୍ଷ 14 ହଜାର 018 ସାମ୍ପୁଲ ଟେଷ୍ଟ କରାଯାଇଅଛି । ଯାହା ମଧ୍ୟରୁ 11 ଲକ୍ଷ 83 ହଜାର 438 ସାମ୍ପୁଲ ଗତ କାଲି ଟେଷ୍ଟ କରାଯାଇଛି ।

ରାଷ୍ଟ୍ରବ୍ୟାପୀ ଟୀକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ମୋଟ 176 କୋଟି 19 ଲକ୍ଷ 39 ହଜାର 020 ଡୋଜ ଟିକା ଦିଆଯାଇଛି । ଗତକାଲି 33 ଲକ୍ଷ 84 ହଜାର 744 ଡୋଜ ଦିଆଯାଇଛି ।


ସେୟାର କରନ୍ତୁ