ନିଷ୍ପତି ବଦଳାଇଲେ ସରକାର: 14ରେ ନୁହେଁ 28ରେ ସ୍କୁଲକୁ ଆସିବେ ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ବର : ଫେବୃୟାରୀ 14ତାରିଖରେ ଖୋଲିବ ସ୍କୁଲ କିନ୍ତୁ ଆସିବେନି ଛାତ୍ରଛାତ୍ରୀ । କେବଳ 14 ତାରିଖରୁ ଶିକ୍ଷକ ଏବଂ କର୍ମଚାରୀ ସ୍କୁଲ ଆସିବେ । ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ଶ୍ରେଣୀଗୃହ ପାଠପଢା 14 ବଦଳରେ 28 ଫେବୃୟାରୀ 2022ରୁ ଆରମ୍ଭ ହେବ । ଦୀର୍ଘ ଦୁଇ ବର୍ଷ ସ୍କୁଲ ବନ୍ଦ ଥିବା ଯୋଗୁ, ସଫେଇ ତଥା ଛୋଟମୋଟ ମରାମତି କାର୍ଯ୍ଯ କରି ଏକ ଉତ୍ତମ ଶିକ୍ଷା ପରିବେଶ ପ୍ରଦାନକୁ ସୁନିଶ୍ଚିତ କରିବା ପାଇଁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ପୂର୍ବରୁ ଫେବୃୟାରୀ 14 ତାରିଖରୁ ଛାତ୍ରଛାତ୍ରୀ ସ୍କୁଲକୁ ଆସିବା ନେଇ ଘୋଷଣା କରିଥିଲେ ରାଜ୍ୟ ସରକାର । କିନ୍ତୁ ବର୍ତ୍ତମାନ ଏଥି​‌ରେ ପରିବର୍ତ୍ତନ କରାଯାଇଛି ।

ଏଥି ସହିତ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାରେ ବିଭିନ୍ନ ସ୍କୁଲ ଗୃହ ବ୍ୟବହାର ହେବ । କୋଭିଡ୍ ପରିପ୍ରେକ୍ଷୀରେ ଏହା ଛାତ୍ରଛାତ୍ରୀମାନଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇବା ସମ୍ଭାବନା ରହିଛି ତେଣୁ ସ୍କୁଲ୍ ପରିସରକୁ ସାନିଟାଇଜ୍ କରି ପାଠପଢା ନିମନ୍ତେ ବ୍ୟବହାର କରାଯିବ ବୋଲି ନିଷ୍ପତ୍ତି ହୋଇଛି ।


ସେୟାର କରନ୍ତୁ