ମଝୀଖମଣରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ମୁକ୍ତାପସି ଗ୍ରାମର ମଝୀଖମଣ ସାହିରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ଖବର ଅନୁଯାୟୀ, ବିଳମ୍ବିତ ରାତିରେ ମୁକ୍ତାପସିର ମଝୀଖମଣ ସାହିର ରଣଜିତ ସାହୁଙ୍କ ଘରେ ନିଆଁ ଲାଗିଥିଲା । ହେଲେ ନିଆଁର ଦାଉରେ ଏହି ପରିବାରର ସମସ୍ତ ଆସବାପତ୍ର, ଧାନ, ଚାଉଳ ଓ ରବି ଫସଲ ଆଦି ପୋଡ଼ି ପାଉଁଶ ହୋଇଯାଇଛି । ନିଆଁରେ କୌଣସି ଲୋକଙ୍କର କିଛି କ୍ଷତି ହୋଇନାହିଁ ।

ସୂଚନା ଥାଉ କି, ରଣଜିତ ସାହୁ ଏପର୍ଯ୍ୟନ୍ତ ସରକାରଙ୍କ ବ୍ୟବସ୍ଥା ମୁତାବକ ପକ୍କା ଘର ଗୋଟିଏ ପାଇପାରି ନାହାଁନ୍ତି । ସେ ଏହି ଚାଳ ଘରେ ତାଙ୍କର ପରିବାର ସହିତ ରହୁଥିଲେ । ଘର ପୋଡି ଯିବାରୁ ତାଙ୍କ ପରିବାରର ଏବେ ଦାଣ୍ଡରେ ବସିଲା ଅବସ୍ଥା ହୋଇଅଛି ।


ସେୟାର କରନ୍ତୁ