କରୋନା ସଂକ୍ରମଣ ନିୟନ୍ତ୍ରଣାଧିନ ହେବାରୁ ରାଜ୍ୟରେ 7ରୁ ଖୋଲିବ ସ୍କୁଲ ଏବଂ କଲେଜ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ବର : କରୋନା ସଂକ୍ରମଣର ତୃତୀୟ ଲହର ଆରମ୍ଭ ହେବାରୁ ଦୀର୍ଘ ମାସେ ହେଲା ସ୍କୁଲ କଲେଜକୁ ବନ୍ଦ କରାଯାଇଥିଲା । ଏବେ କରୋନା ସଂକ୍ରମଣ ନିୟନ୍ତ୍ରଣାଧିନ ହେବାରୁ ସରକାର ଆସନ୍ତା 7 ତାରିଖରୁ ସ୍କୁଲ ଏବଂ କଲେଜ ଖୋଲିବାକୁ ଘୋଷଣା କରିଛନ୍ତି । ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । କୋଭିଡ୍‌ କଟକଣାକୁ ପାଳନ କରାଯାଇ ସ୍କୁଲ ଏବଂ କଲେଜ ଖୋଲିବା ନେଇ ନିଷ୍ପତ୍ତି ହୋଇଛି । 7 ତାରିଖରୁ 8ମ ଶ୍ରେଣୀରୁ ଉପରକୁ ସବୁ ଶିକ୍ଷାନୁଷ୍ଠାନ ଖୋଲିବ । ସ୍କୁଲ କଲେଜ୍‌ ସହ ହଷ୍ଟେଲ ମଧ୍ୟ ଖୋଲାଯିବ । ଏହା ସହିତ ରାଜ୍ୟର ସମସ୍ତ ପ୍ରଶିକ୍ଷଣ ଅନୁଷ୍ଠାନ ମଧ୍ୟ ଖୋଲିବ ।

ଏହା ସହିତ ଫେବୃୟାରୀ 14 ତାରିଖରୁ କେଜିରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ସ୍କୁଲ ଯିବେ । ଉଭୟ ଅନ୍‌ଲାଇନ୍‌ ଏବଂ ଅଫ୍‌ଲାଇନ୍‌ରେ ପାଠପଢା ହେବ । ପିଲାମାନେ ନିଜ ଇଚ୍ଛାରେ ଅପଲାଇନ ବା ଅନଲାଇନ କ୍ଲାସ କରିପାରିବେ । ରାଜ୍ୟରେ କୋଭିଡ୍‌ ସ୍ଥିତିକୁ ଅନୁଧ୍ୟାନ କରିବା ପରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଛନ୍ତି, ଏବେ କରୋନାର 3ୟ ଲହରର ପ୍ରଭାବ କମିଛି। ଏହି ଲହରରେ ହସ୍‌ପିଟାଲରେ ଲୋକେ କମ ସଂଖ୍ୟାରେ ଭର୍ତ୍ତି ହେଉଛନ୍ତି । ଏବେ ଏହା ନିୟନ୍ତ୍ରଣକୁ ଆସିଛି। ବର୍ତ୍ତମାନ ପଜିଟିଭିଟି ହାର କମ୍‌ ରହୁଛି। 15ରୁ 18 ବର୍ଷ ବୟସର ପିଲାମାନଙ୍କୁ କରୋନା ଟିକା ଦିଆଯାଉଛି । ତେବେ ସଂକ୍ରମଣ ହ୍ରାସ ପାଇଥିବାରୁ ବିଭିନ୍ନ ମହଲରୁ ସ୍କୁଲ ଖୋଲିବା ନେଇ ଦାବି ହୋଇ ଆସୁଥିଲା । ଛାତ୍ରଛାତ୍ରୀମାନଙ୍କ ବୃହତ୍ତ ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି ସରକାର ସ୍କୁଲ-କଲେଜଗୁଡ଼ିକ ପୁଣି ଥରେ ଖୋଲୁଛନ୍ତି ।


ସେୟାର କରନ୍ତୁ