ଅଲ ଓଡ଼ିଶା ରଙ୍ଗ ତୁଳୀ କଳାକାର ସଂଘ ଢେଙ୍କାନାଳ ପକ୍ଷରୁ ବୈଠକ ଅନୁଷ୍ଠିତ

ରାଜ୍ୟ
ସେୟାର କରନ୍ତୁ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାର ପଂଡୁଆ ଠାରେ ଅଲ ଓଡ଼ିଶା ରଙ୍ଗ ତୁଳୀ କଳାକାର ସଂଘ (ଢେଙ୍କାନାଳ) ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ କାର୍ତ୍ତିକ ମହାପାତ୍ର (ସଭାପତି ), ଦ୍ରୋଣ କୁମାର ସାହୁ (ଉପସଭାପତି ), କୈଳାଶ ଚନ୍ଦ୍ର ସାହୁ (ସମ୍ପାଦକ ), ବରୁଣ ଦେହୁରୀ (କୁଶାଧ୍ୟକ୍ଷ) ଓ ଅନ୍ୟ ସମସ୍ତ ସଭ୍ୟମାନେ ଉପସ୍ଥିତ ରହିଥିଲେ l ତେବେ ଏହି ସଭାରେ 10 ଦାବି ନେଇ ବିସ୍ତୃତ ଆଲୋଚନା ହୋଇଥିଲା l

ଉପସ୍ଥାପିତ ହୋଇଥିବା 10 ଦାବି…

-ରାଜ୍ୟରେ ରଙ୍ଗ ତୁଳୀ ଦ୍ୱାରା ପରିବାର ପ୍ରତିପୋଷଣ କରୁଥିବା କଳାକାର ମାନଙ୍କୁ ଶ୍ରମ ବିଭାଗ ଅଧୀନରେ ପରିଚୟ ପତ୍ର ପ୍ରଦାନ କରିବା l

-ରଙ୍ଗ ତୁଳୀ କଳାକାର ପାଇଁ ରାଜ୍ୟରେ ସ୍ୱତନ୍ତ୍ର କଲ୍ୟାଣ ବୋର୍ଡ ଗଠନ କରି ବୋର୍ଡ ମାଧ୍ୟମରେ କାମ ଓ ସାମାଜିକ ସୁରକ୍ଷା ଯୋଗାଇଦେବା l

-ଦୁର୍ଘଟଣା ଜନିତ ସହାୟତା ମୃତ୍ୟୁ କାଳୀନ ସହାୟତା ଯୋଗାଇ ଦେବା ସହିତ ପରିବାରକୁ ସମ୍ମାନର ସହ ବଞ୍ଚିବା ଭଳି ପେନସନ ଯୋଗାଇ ଦେବା l

-50 ବର୍ଷ ବୟସ ପରେ ସମସ୍ତ ଆର୍ଥିକ ଦୁର୍ବଳ ବର୍ଗ ରଙ୍ଗ ତୁଳୀ କଳାକାରଙ୍କୁ ସର୍ବ ନିମ୍ନ 15 ହଜାର ଟଙ୍କା ପେନସନ ସହାୟତା ଯୋଗାଇ ଦେବl l

-ସରକାରଙ୍କ ବିଭିର୍ନ କାର୍ଯ୍ୟାଳୟ ପକ୍ଷରୁ ହେଉଥିବା ପେଣ୍ଟିଙ୍ଗ ଓ ସାଇନ ବୋର୍ଡ କାମରେ ଠିକାଦାରୀ ପ୍ରଥା ବନ୍ଦ କରି ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅଧୀନରେ ସଙ୍ଘ ତତ୍ୱାବଧାନରେ ସିଧାସଳଖ କାମ ଯୋଗାଇ ଦେବା l

-ରାଜ୍ୟରେ ବ୍ୟାପକ ରଙ୍ଗ ତୁଳୀ କଳାକାରଙ୍କ ସ୍ୱାର୍ଥ ଦୃଷ୍ଟିରୁ ବିଜ୍ଞାପନରେ ଡିଜିଟାଲ ୱାର୍ଲ ପେଣ୍ଟିଙ୍ଗ ଷ୍ଟିକରକୁ ସମ୍ପୂର୍ଣ ବ୍ୟାନ କରିବା l

-ବିଜ୍ଞାପନରେ ପରିବେଶ ଓ ଜୀବିକା ବିନାଶକାରି ଫେକ୍ସ ବ୍ୟବହାର ସମ୍ପୂର୍ଣ ବନ୍ଦ କରିବା l

-ମାସିକ 18 ହଜାର ଟଙ୍କାରୁ କମ ରୋଜଗାର କରୁଥିବା ରଙ୍ଗ ତୁଳୀ କଳାକାର ପରିବାରଙ୍କୁ ମାଗଣା ଏବଂ ଗୁଣାତ୍ମକ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା l

-ଭୁବନେଶ୍ୱର ସମେତ ରାଜ୍ୟର ସମସ୍ତ ଜିଲ୍ଲାରେ ରଙ୍ଗ ତୁଳୀ କଳାକାରଙ୍କ ପାଇଁ କର୍ମଶାଳା ଗୃହ ଯୋଗାଇ ଦେବା l

-ରଙ୍ଗ ତୁଳୀ କଳାକାରଙ୍କ କର୍ମ ନିଯୁକ୍ତି ପାଇଁ ରାଜ୍ୟ ବିଧାନ ସଭାରେ ସ୍ୱତନ୍ତ୍ର ବଜେଟ ପ୍ରସ୍ତୁତ କରିବା l


ସେୟାର କରନ୍ତୁ