Coronavirus: ଦେଶରେ ବଢ଼ିଲା କରୋନା କେସ, ଆଜି ଆସିଲା 1ଲକ୍ଷ 17 ହଜାର ନୂଆ କରୋନା କେସ, 302 ମୃତ୍ୟୁ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଦେଶରେ କରୋନାଭାଇରସ୍ ମହାମାରୀର ମାମଲା ବର୍ତ୍ତମାନ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ପୂର୍ବ 24 ଘଣ୍ଟା ମଧ୍ୟରେ ଦେଶରେ କରୋନା ଭାଇରସର 1 ଲକ୍ଷ 17 ହଜାର 100 ନୂଆ କେସ ସାମ୍ନାକୁ ଆସିଅଛି । ଏହି ସମୟରେ 302 ଜଣଙ୍କର ମୃତ୍ୟୁ ହୋଇଅଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଂଖ୍ୟା ମୁତାବକ :

ପୂର୍ବ 24 ଘଣ୍ଟାରେ ନୂଆ ମାମଲା – 1 ଲକ୍ଷ 17 ହଜାର 100
ଏପର୍ଯ୍ୟନ୍ତ ମୋଟ ମାମଲା – 3 କୋଟି 52 ଲକ୍ଷ 26 ହଜାର 386

ପୂର୍ବ 24 ଘଣ୍ଟାରେ ସୁସ୍ଥ ହୋଇଥିବା ରୋଗୀ – 30 ହଜାର 836
ଏପର୍ଯ୍ୟନ୍ତ ମୋଟ ସୁସ୍ଥ ହୋଇଥିବା ରୋଗୀ -3 କୋଟି 43 ଲକ୍ଷ 71 ହଜାର 845

ପୂର୍ବ 24 ଘଣ୍ଟାରେ ହୋଇଥିବା ମୃତ୍ୟୁ – 3 ଶହ 02
ଏପର୍ଯ୍ୟନ୍ତ ହୋଇଥିବା ମୋଟ ମୃତ୍ୟୁ – 4 ଲକ୍ଷ 83 ହଜାର 178

ମୋଟ ଆକ୍ଟିଭ କେସ- 3 ଲକ୍ଷ 71 ହଜାର 363

ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ICMR) ମୁତାବକ ଦେଶରେ 6 ଜାନୁୟାରୀ ପର୍ଯ୍ୟନ୍ତ କରୋନା ଭାଇରସ ପାଇଁ ମୋଟ 68 କୋଟି 68 ଲକ୍ଷ 19 ହଜାର 128 ସାମ୍ପୁଲ ଟେଷ୍ଟ କରାଯାଇଅଛି । ଯାହା ମଧ୍ୟରୁ 15 ଲକ୍ଷ 13 ହଜାର 377 ସାମ୍ପୁଲ ଗତ କାଲି ଟେଷ୍ଟ କରାଯାଇଛି ।

ରାଷ୍ଟ୍ରବ୍ୟାପୀ ଟୀକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ 149 କୋଟିରୁ ଅଧିକ ଡୋଜ୍ ଆଣ୍ଟି-କରୋନାଭାଇରସ୍ ଟିକା ଦିଆଯାଇଛି । ଗତକାଲି 94 ଲକ୍ଷ 47 ହଜାର 156 ଡୋଜ ଦିଆଯାଇଥିଲା, ଯାହା ପରେ ଦେଶରେ ଏପର୍ଯ୍ୟନ୍ତ 149 କୋଟି 66 ଲକ୍ଷ 81 ହଜାର 156 ଡୋଜ ଟିକା ଦିଆଯାଇଛି ।


ସେୟାର କରନ୍ତୁ