ନୂଆ ବର୍ଷରେ ସ୍ୱାମୀ ନିକ ଜୋନାସଙ୍କ କୋଳରେ ମୁଣ୍ଡ ରଖି ପ୍ରିୟଙ୍କା ଚୋପ୍ରା ଉଠାଇଲେ ରୋମାଣ୍ଟିକ ଫଟୋ, ଫଟୋ ଉପରେ ନଜର ପକାନ୍ତୁ

ସିନେମା
ସେୟାର କରନ୍ତୁ

Priyanka Chopra New Year Celebration: ସାଧାରଣ ଲୋକଙ୍କ ପରି ବଲିଉଡର ‘ଦେଶୀ ଗାର୍ଲ ‘ ପ୍ରିୟଙ୍କା ଚୋପ୍ରା ନୂଆ ବର୍ଷକୁ ସ୍ୱାଗତ ବହୁତ ଧୁମ ଧାମରେ କରିଛନ୍ତି । ପ୍ରିୟଙ୍କା ଚୋପ୍ରାଙ୍କ ସ୍ୱାମୀ ନିକ ଜୋନାସ (Nick Jonas) ଏବଂ ସାଙ୍ଗମାନଙ୍କ ସହିତ ଏକ ୟାଟ୍ ପାର୍ଟୀ କରିଛନ୍ତି । ଯାହାର ଫଟୋ ପ୍ରିୟଙ୍କା ଚୋପ୍ରା ନିଜର ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ପ୍ରିୟଙ୍କା ଚୋପ୍ରା ନିଜ ସ୍ୱାମୀ ନିକ ଜୋନାସଙ୍କ ସହ ରୋମାଣ୍ଟିକ ଅନ୍ଦାଜରେ ପୋଜ୍ କରୁଥିବା ନଜର ଆସିଛନ୍ତି । ନୂତନ ବର୍ଷ ଉତ୍ସବର ଫଟୋ ସେୟାର କରି ପ୍ରିୟଙ୍କା ଚୋପ୍ରା ଲେଖିଛନ୍ତି – ଫଟୋ ଡମ୍ପ, ମୋର ବନ୍ଧୁ ଏବଂ ପରିବାରବର୍ଗଙ୍କୁ ବହୁତ କୃତଜ୍ଞ । ସେ ଆହୁରି ଲେଖିଥିଲେ – ଜୀବନକୁ ସେଲିବ୍ରେଟ କରୁଥିବାବେଳେ ‘2022 କୁ ସ୍ୱାଗତ, ନୂତନ ବର୍ଷର ଶୁଭେଚ୍ଛା’ ।

କିନ୍ତୁ ଏଥର ପ୍ରିୟଙ୍କା ସମୁଦ୍ର କୂଳରେ ତାଙ୍କ ସ୍ବାମୀ ନିକଙ୍କ ସହ ନୂଆ ବର୍ଷ ପାଳନ କରିଛନ୍ତି । ସି ବିଚରେ ୟାଁଟ ଉପରେ ବସି ବଡ ରୋମାଣ୍ଟିକ ଅନ୍ଦାଜ୍‌ରେ ପୋଜ ଦେଇଛନ୍ତି ଏହି ଦମ୍ପତି । ଏହା ସହ ପ୍ରିୟଙ୍କା ତାଙ୍କ ଇନଷ୍ଟାଗ୍ରାମରେ ଯେଉଁ ଫଟୋ ପୋଷ୍ଟ କରିଛନ୍ତି ସେଥିରେ ସେ ଖୁବ୍ ରୋମାଣ୍ଟିକ ଲାଗୁଛନ୍ତି । କେଉଁଠି ଅରେଞ୍ଜ କଲର ବିକିନି ପିନ୍ଧିଥିବା ବେଳେ ହାତରେ ୱାଇନ ଧରି ପୋଜ ଦେଇଛନ୍ତି ପିସି । ଏସବୁ ଫଟୋ କିନ୍ତୁ ତାଙ୍କ ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସିଛି ।

ହେଲେ ନିକଟରେ ଶୁଣିବାକୁ ମିଳିଥିଲା କି ପ୍ରିୟଙ୍କା କୁଆଡେ ନିକଙ୍କଠାରୁ ଅଲଗା ହେବାକୁ ଯାଉଛନ୍ତି । ହେଲେ ନୂଆ ବର୍ଷର ଏହି ନୂଆ ଫଟୋ ଏସବୁ ଗୁଜବ ଉପରେ ପୂର୍ଣ୍ଣଚ୍ଛେଦ ପକାଇଛି । ଏଥର ପିସି ସ୍ୱାମୀ ନିକଙ୍କ ସହ ତାଙ୍କ ବର୍ଷର ଆରମ୍ଭ କରି ଖୁବ୍ ଖୁସି ଅଛନ୍ତି ।

ପ୍ରିୟଙ୍କା ଚୋପ୍ରାଙ୍କୁ ଶେଷ ଥର ପାଇଁ ବଲିଉଡ ଫିଲ୍ମ ‘ଦି ସ୍କାଏ ପିଙ୍କ’ ରେ ଦେଖିବାକୁ ମିଳିଥିଲା । ଏହି ଚଳଚ୍ଚିତ୍ର ପରେ ସେ କୌଣସି ବଲିଉଡରେ କାମ କରିନଥିଲେ । କିନ୍ତୁ ବର୍ତ୍ତମାନ ପ୍ରିୟଙ୍କାଙ୍କୁ ‘ଜୀ ଲେ ଜାରା’ ନାମକ ଏକ ଫିଲ୍ମରେ ଦେଖିବାକୁ ମିଳିବ, ଫିଲ୍ମର ସୁଟିଂ ଖୁବ୍ ଶୀଘ୍ର ଆରମ୍ଭ ହୋଇପାରେ ।


ସେୟାର କରନ୍ତୁ