ଜିଲ୍ଲାପାଳଙ୍କ ଦ୍ଵାରା ଧାନ କ୍ରୟ କେନ୍ଦ୍ରର ଶୁଭ ଉଦଘାଟନ

ରାଜ୍ୟ
ସେୟାର କରନ୍ତୁ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଗୋଦରିବିଲି ଠାରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଦ୍ୱାରା ସରକାରୀ ଧାନ କ୍ରୟ କେନ୍ଦ୍ରର ଶୁଭ ଉଦଘାଟନ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ 11 ଲକ୍ଷ 50 ହଜାର କୁଇଣ୍ଟାଲ ଧାନ 16 ଗୋଟି ମିଲରଙ୍କ ଜରିଆରେ କ୍ରୟ କରାଯିବ । ଏଥିପାଇଁ ଜିଲ୍ଲାରେ 85 ଗୋଟି ଧାନ କ୍ରୟ କେନ୍ଦ୍ର ରହିଛି । ଯାହା ମଧ୍ୟରୁ 57 ଗୋଟି କେନ୍ଦ୍ର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ହେବ । ଚଳିତ ଥର ପାଇଁ ଜିଲ୍ଲାରେ 49 ହଜାର ଚାଷୀ ସେମାନଙ୍କ ନାମ ପଞ୍ଜିକରଣ କରିଛନ୍ତି ।

ତେବେ ପୂର୍ବ ବର୍ଷ ପରି ଟୋକନ ବ୍ୟବସ୍ଥାରେ କିମ୍ବା କଟନୀ ଛଟଣୀରେ କୌଣସି ବିଭ୍ରାଟ କିମ୍ବା ଅସୁବିଧା ସୃଷ୍ଟି ହେବ ନାହିଁ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ 80 ଭାଗ ଓ ଅବଶିଷ୍ଟାଂଶ 20 ଭାଗ ଦ୍ଵିତୀୟ ପର୍ଯ୍ୟାୟରେ ଧାନ କ୍ରୟ ହୋଇ ପାରିବ । ଏଥି ସହିତ ଚାଷୀ ଭାଇ ମାନେ ସେମାନଙ୍କର ଉଚିତ ମୂଲ୍ୟ ପାଇ ପାରିବେ ।


ସେୟାର କରନ୍ତୁ