ଦେଶରେ ଏପର୍ଯ୍ୟନ୍ତ ବଢିକରି ହେଲା 415 ଓମିକ୍ରନ୍ ମାମଲା, କେଉଁ ରାଜ୍ୟରୁ କେତୋଟି ଲେଖାଏଁ କେସ ଜାଣନ୍ତୁ

ଦେଶବିଦେଶ
ସେୟାର କରନ୍ତୁ

Omicron in India: ଦେଶରେ ମାରାତ୍ମକ କରୋନା ଭାଇରସର ବିପଜ୍ଜନକ ବେରିଏଣ୍ଟ ଓମିକ୍ରନ୍ ବର୍ତ୍ତମାନ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏପର୍ଯ୍ୟନ୍ତ 17 ଟି ରାଜ୍ୟରେ 415 ଜଣ ଲୋକ ଏହି ପ୍ରକାରରେ ସଂକ୍ରମିତ ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଏହି ବେରିଏଣ୍ଟ ସଂକ୍ରମିତ 115 ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି । ବଡ କଥା ହେଉଛି ଏହି ବେରିଏଣ୍ଟ କାରଣରୁ ଦେଶରେ ଏପର୍ଯ୍ୟନ୍ତ ଗୋଟିଏ ବି ମୃତ୍ୟୁ ଘଟି ନାହିଁ ।

ଦେଶରେ ଓମିକ୍ରନ୍ ବେରିଏଣ୍ଟର ତାଜା ସ୍ଥିତି

ମୋଟ ମାମଲା- 415
ମୋଟ ଆରୋଗ୍ୟ – 115
ମୋଟ ରାଜ୍ୟ- 17

କେଉଁ ରାଜ୍ୟରେ କେତେ ଲୋକ ସଂକ୍ରମିତ ହୋଇଛନ୍ତି

ମହାରାଷ୍ଟ୍ର- ମୋଟ ମାମଲା 108, ସୁସ୍ଥ 42

ଦିଲ୍ଲୀ – ମୋଟ ମାମଲା 79, ସୁସ୍ଥ 23

ଗୁଜୁରାଟ – ମୋଟ ମାମଲା 43, ସୁସ୍ଥ 5

ତେଲେଙ୍ଗାନା- ମୋଟ ମାମଲା 38, ସୁସ୍ଥ 8

କେରଳ – ମୋଟ ମାମଲା 37, ସୁସ୍ଥ 1

ତାମିଲନାଡୁ- ମୋଟ ମାମଲା 34, ସୁସ୍ଥ 0

କର୍ଣ୍ଣାଟକ- ମୋଟ ମାମଲା 31, ସୁସ୍ଥ 15

ରାଜସ୍ଥାନ- ମୋଟ ମାମଲା 22, ସୁସ୍ଥ 19

ହରିୟାଣା – ମୋଟ ମାମଲା 4, ସୁସ୍ଥ 2

ଓଡ଼ିଶା- ମୋଟ ମାମଲା 4, ସୁସ୍ଥ 0

ଆନ୍ଧ୍ରପ୍ରଦେଶ – ମୋଟ ମାମଲା 4, ସୁସ୍ଥ 1

ଜାମ୍ମୁ କାଶ୍ମୀର – ମୋଟ ମାମଲା 3, ସୁସ୍ଥ 3

ବଙ୍ଗଳା – ମୋଟ ମାମଲା 3, ସୁସ୍ଥ 1

ଉତ୍ତରପ୍ରଦେଶ – ମୋଟ ମାମଲା 2, ସୁସ୍ଥ 2

ଚଣ୍ଡିଗଡ଼ – ମୋଟ ମାମଲା 1, ସୁସ୍ଥ 0

ଲଦାଖ- ମୋଟ ମାମଲା 1, ସୁସ୍ଥ 1

ଉତ୍ତରାଖଣ୍ଡ- ମୋଟ ମାମଲା 1, ସୁସ୍ଥ 0

ସରକାର କହିଛନ୍ତି ଯେ ଏଭଳି ପରିସ୍ଥିତିରେ ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡିବ, ବିଶେଷ କରି ବର୍ଷର ଶେଷ ଉତ୍ସବ ଗୁଡିକରେ । ଏହା ସହିତ ସରକାର ଲୋକଙ୍କୁ ଜନଗହଳି ପୂର୍ଣ୍ଣ ସ୍ଥାନ ତଥା ଅନାବଶ୍ୟକ ଭ୍ରମଣରୁ ଦୂରେଇ ରହିବାକୁ ଅନୁରୋଧ କରିଛନ୍ତି ଏବଂ କୋଭିଡ ସହ ଜଡିତ ଉପଯୁକ୍ତ ବ୍ୟବହାର ଏବଂ ଟୀକାକରଣ ଉପରେ ଗୁରୁତ୍ୱାରୋପ କରିଛନ୍ତି ।


ସେୟାର କରନ୍ତୁ