Dance Meri Rani Music Album Out: ବର୍ଷ ଶେଷ ପୂର୍ବରୁ ପ୍ରଶଂସକମାନେ ପାଇଲେ ଏକ ନୂଆ ପାର୍ଟି ଏନ୍ଥେମ୍

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଡ୍ୟାନ୍ସ ସେନ୍ସେସନ ନୋରା ଫତେହି ଏବଂ ଗୁରୁ ରନ୍ଧୱା ଶେଷରେ ପ୍ରଶଂସକଙ୍କ ଅପେକ୍ଷାକୁ ସମାପ୍ତ କରିଛନ୍ତି । ଗୁରୁ ରନ୍ଧୱା ଏବଂ ନୋରା ଫତେହି ସେମାନଙ୍କର ପରବର୍ତ୍ତୀ କାର୍ଯ୍ୟକ୍ରମ ବିଷୟରେ ଘୋଷଣା କରୁଥିବାବେଳେ ‘ଡ୍ୟାନ୍ସ ମେରୀ ରାନୀ’ର ଗୀତର ଟିଜର ରିଲିଜ୍ କରିଥିଲେ । ଏହି ଗୀତରେ ନୋରା ଏକ ମର୍ମାଡି ହୋଇଥିବାର ଦେଖାଯାଏ, ଯିଏ ନିଜ ସୌନ୍ଦର୍ଯ୍ୟରେ ଲୋକଙ୍କୁ ଘାୟଲ କରୁଥିବାର ଦେଖାଯାଉଛନ୍ତି । ଏହି ଟିଜର ପ୍ରଶଂସକଙ୍କ ଉତ୍ସାହକୁ ବଢ଼ାଇ ଦେଇଥିଲା ।

କିନ୍ତୁ ବର୍ତ୍ତମାନ ଏହି ସୁପରହିଟ୍ ଯୋଡିର ସମ୍ପୂର୍ଣ୍ଣ ମ୍ୟୁଜିକ୍ ଆଲବମ୍ ସାମ୍ନାକୁ ଆସିଅଛି । ଗୀତରେ ଗୁରୁ ଏବଂ ନୋରାଙ୍କ ମଧ୍ୟରେ କେମେଷ୍ଟ୍ରି ଏତେ ଜବରଦସ୍ତ ଯେ ଦର୍ଶକମାନେ ପୁଣି ଥରେ ହୃଦୟ ହରାଉଛନ୍ତି । ଯେହେତୁ ଟିଜରରୁ ଏହା ପ୍ରକାଶ ପାଇଛି ଯେ ନୋରା ଏହି ଗୀତରେ ଜଣେ ଜଳପରି ଭୂମିକାରେ ଅଭିନୟ କରିଥିବେ, ବର୍ତ୍ତମାନ ମ୍ୟୁଜିକ୍ ଆଲବମରେ ଏହା ଦେଖିବାକୁ ମିଳେ ଯେ ନୋରା ଜଳପରି ପରି ସୁନ୍ଦର ଦେଖାଯାଉଛନ୍ତି । ଏହି ଗୀତ ଟି-ସିରିଜର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ମୁକ୍ତିଲାଭ କରିଛି ଯାହା ଧମାଲ ମଚାଉ ଅଛି ।

‘ଡ୍ୟାନ୍ସ ମେରୀ ରାନୀ’ ଗୀତର ମ୍ୟୁଜିକ୍ ତନିସ୍କ ବାଗଚି ଏବଂ ଗୀତ ରଶ୍ମୀ ବିରାଗଙ୍କ ଦ୍ୱାରା ଲିଖିତ ହୋଇଅଛି । ତେବେ ଗୀତର ସ୍ୱର ଗୁରୁ ରନ୍ଧୱା ଏବଂ ଜରା ଏସ୍ ଖାନଙ୍କର ଅଟେ । ଟି-ସିରିଜରେ ରିଲିଜ୍ ହୋଇଥିବା ଏହି ଟିଜରକୁ ଏପର୍ଯ୍ୟନ୍ତ 3 ମିଲିୟନ୍ ଭ୍ୟୁଜ ମିଳିଛି ।


ସେୟାର କରନ୍ତୁ