ପରଜଙ୍ଗ ବିଧାୟକଙ୍କ ଦ୍ଵାରା ବିଭିନ୍ନ ଗୃହର ଶୁଭ ଉଦଘାଟନ ହେବା ସହ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ: ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକର ବିଭିନ୍ନ ସ୍ଥାନରେ ନୂତନ ଗୃହର ଶୁଭ ଉଦଘାଟନ ହେବା ସହ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ପରଜଙ୍ଗ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡ଼ାକ୍ତର ନୃସିଂହ ଚରଣ ସାହୁ ମୁଖ୍ୟ ଅତିଥି ଭାବେ ଆଜି ଦିନ 10ଟା ସମୟରେ ପରଜଙ୍ଗ ବ୍ଲକର ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟଳୟ, ପଞ୍ଚାୟତ ସମିତି ସଭାଗୃହ, ସମିତି ବିଶ୍ରାମ ଗୃହ, ପରଜଙ୍ଗ ମହାବିଦ୍ୟାଳୟର ନୂତନ ଶ୍ରେଣୀଗୃହ, ପରଜଙ୍ଗ ବିଜୁ ଯୁବ ସେବାକେନ୍ଦ୍ର ଓ ଗଡପରଜଙ୍ଗର ଗ୍ରାମ ପଞ୍ଚାୟତ କାର୍ଯ୍ୟ।ଳୟ ନୂତନ ଗୃହ ଫିତା କାଟି ଶୁଭ ଉଦଘାଟନ କରିଥିଲେ ।

ଏହା ସହ ଶେଷରେ ବ୍ଲକର 50ଜଣ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ କରିବା ସହ ଜଙ୍ଗଲ ଜମି ପଟା ପ୍ରଦାନ ମଧ୍ୟ କରିଥିଲେ । ତେବେ ଏହି କାର୍ଯ୍ୟକ୍ରମ ପରେ ପରଜଙ୍ଗ ପଞ୍ଚାୟତ ସମିତି ସଭା ଗୃହ ଠାରେ ପରଜଙ୍ଗ ବ୍ଲକର ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ସଭ୍ୟା ,ଜିଲ୍ଲାପରିସଦ ସଦସ୍ୟ ଓ ସଦସ୍ୟା ଉପସ୍ଥିତ ରହି ବ୍ଲକର ବିଭିନ୍ନ ଉର୍ଣ୍ଣୟନ ମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରାଯାଇଥିଲା । ମୁଖ୍ୟ ଅତିଥି ବିଧାୟକ ଡାକ୍ତର ସାହୁ ସମସ୍ତ ସଦସ୍ୟ ଓ ସଦସ୍ୟାଙ୍କୁ ଉର୍ଣ୍ଣୟନ ମୂଳକ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନା କରି ଥିବାରୁ ହାର୍ଦ୍ଦିକ କୃତଜ୍ଞତା ଜ୍ଞାପନ କରିଥିଲେ ।

ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷ ଅକ୍ଷୟ କୁମାର ବେହେରା, ବିଡ଼ିଓ ଵିନୋଦ ବିହାରୀ ବେହେରା, ଶିଶୁ ବିକାଶ ଅଧିକାରିଣୀ ଶ୍ରୀମତୀ ମମତା ମଞ୍ଜରୀ ଦେଓ, ବ୍ଲକ ଯୁବ ବିଜେଡ଼ି ସଭାପତି ଇଂ ସୁବ୍ରତ କୁମାର ଦାସ, ବ୍ଲକ ସଭାପତି କୃଷ୍ଣଚନ୍ଦ୍ର ମହାନ୍ତି ଜିଲ୍ଲାସାଧାରଣ ସମ୍ପାଦକ ଗୌତମ ପାଣି, ଯୁବନେତା ସରପଞ୍ଚ ପ୍ରିୟଜିତ ସାମଲ ଏବଂ ବିଜୁଜନତା ଦଳର ସମସ୍ତ କର୍ମକର୍ତ୍ତା ଓ ବ୍ଲକରେ କାର୍ଯ୍ୟରତ ସମସ୍ତ ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ ।


ସେୟାର କରନ୍ତୁ