Coronavirus: ଦେଶରେ ଆସିଲା 8 ହଜାର 603 ନୂଆ କରୋନା କେସ, 415 ମୃତ୍ୟୁ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଦେଶରେ ଜୀବନ ନେଉଥିବା କରୋନାର ପ୍ରକୋପ କମି ଯାଇଛି, କିନ୍ତୁ ନୂଆ ଭାରିଏଣ୍ଟ ‘ଓମିକ୍ରନ୍’କୁ ନେଇ ବିପଦ ବଢ଼ୁ ଅଛି । ପୂର୍ବ 24 ଘଣ୍ଟାରେ କରୋନା ଭାଇରସ ମହାମାରୀର 8 ହଜାର 603 ନୂଆ କେସ ସାମ୍ନାକୁ ଆସିଅଛି । ତେବେ ଏହି ସମୟ ମଧ୍ୟରେ 415 ଲୋକଙ୍କର ମୃତ୍ୟୁ ହୋଇଅଛି । ପୂର୍ବ 24 ଘଣ୍ଟାରେ 8 ହଜାର 190 ଲୋକ କରୋନା ଭାଇରସକୁ ହରାଇ ଠିକ ହୋଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଂଖ୍ୟା ମୁତାବକ, ଦେଶରେ ଏପର୍ଯ୍ୟନ୍ତ କରୋନା ମାମଲା ବଢିକରି ମୋଟ 3 କୋଟି 46 ଲକ୍ଷ 24 ହଜାର 360କୁ ବୃଦ୍ଧି ପାଇଥିବାବେଳେ ଏପର୍ଯ୍ୟନ୍ତ ଏଥି ମଧ୍ୟରୁ 4 ଲକ୍ଷ 70 ହଜାର 530 ଲୋକଙ୍କର ଜୀବନ ଯାଇଅଛି । ତେବେ ଏପର୍ଯ୍ୟନ୍ତ 3 କୋଟି 40 ଲକ୍ଷ 53 ହଜାର 856 ଲୋକ ଏହି ମହାମାରୀରୁ ଠିକ ହୋଇସାରିଛନ୍ତି । ଏବେ ଦେଶରେ ଆକ୍ଟିଭ ମାମଲା 99 ହଜାର 974 ହୋଇଯାଇଛି,ଅର୍ଥାତ ଏତିକି ଲୋକଙ୍କର ଚିକିତ୍ସା ଚାଲୁଅଛି ।

ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ICMR) ମୁତାବକ ଦେଶରେ 3 ଡିସେମ୍ବର ପର୍ଯ୍ୟନ୍ତ କରୋନା ଭାଇରସ ପାଇଁ ମୋଟ 64 କୋଟି 60 ଲକ୍ଷ 26 ହଜାର 786 ସାମ୍ପୁଲ ଟେଷ୍ଟ କରାଯାଇଅଛି । ଯାହା ମଧ୍ୟରୁ 12 ଲକ୍ଷ 52 ହଜାର 596 ସାମ୍ପୁଲ ଗତ କାଲି ଟେଷ୍ଟ କରାଯାଇଛି ।

ଦେଶବ୍ୟାପୀ ଟୀକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ 126 କୋଟିରୁ ଅଧିକ ଡୋଜ୍ ଆଣ୍ଟି-କରୋନାଭାଇରସ୍ ଟିକା ଦିଆଯାଇଛି । ଗତକାଲି 73 ଲକ୍ଷ 63 ହଜାର 706 ଡୋଜ ଦିଆଯାଇଥିଲା, ଯାହା ପରେ ଦେଶରେ ଏପର୍ଯ୍ୟନ୍ତ 126 କୋଟି 53 ଲକ୍ଷ 44 ହଜାର 975 ଡୋଜ ଟିକା ଦିଆଯାଇଛି ।


ସେୟାର କରନ୍ତୁ