ସାଇକ୍ଲୋନ୍ ଜୱାଦ କ’ଣ ଅଟେ, କାହିଁକି ହେଲା ଏହାର ନାମ ‘ଜୱାଦ’ ଏବଂ କେମିତି ହୋଇଥାଏ ଚକ୍ରବାତର ନାମକରଣ ?

ଦେଶବିଦେଶ
ସେୟାର କରନ୍ତୁ

Cyclone Jawad: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ ସାଇକ୍ଲୋନିକ୍ ଷ୍ଟର୍ମର ନାମ ‘ଜୱାଦ’ । ଏହାର ସକ୍ରିୟତା ହେତୁ ଦକ୍ଷିଣ ବଙ୍ଗର ଅନେକ ଜିଲ୍ଲାରେ ପ୍ରବଳ ପବନ ସହିତ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ଜାତୀୟ ମିଡ଼ିଆ ଅନୁଯାୟୀ, ଜଣେ ପ୍ରତିରକ୍ଷା ଅଧିକାରୀ କହିଛନ୍ତି ଯେ ସମୁଦ୍ରରେ ଜୀବନ ଏବଂ ସମ୍ପତ୍ତି ସୁରକ୍ଷା ପାଇଁ କୋଷ୍ଟଗାର୍ଡ ପଦକ୍ଷେପ ନେବା ଆରମ୍ଭ କରିଛି । ପାଣିପାଗ ବିଷୟରେ ଚେତାବନୀ ଦେବା ପାଇଁ ଜାହାଜ ଏବଂ ବିମାନ ବ୍ୟବହାର କରାଯାଇଛି ।

ପାଣିପାଗ ବିଭାଗ କହିବା ଅନୁଯାୟୀ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ନିମ୍ନ ବାୟୁ ଚାପ ଏକ ଗଭୀର ଅବପାତରେ ବଢିପାରେ ଏବଂ ପରେ ଏକ ଘୂର୍ଣ୍ଣିବଳୟ ଷ୍ଟର୍ମରେ ବୃଦ୍ଧି ପାଇବ । ଶନିବାର ପୂର୍ବାହ୍ନରେ ଏହା ଉତ୍ତର ଆନ୍ଧ୍ରପ୍ରଦେଶ ତଟ-ଦକ୍ଷିଣ ଓଡ଼ିଶା ଉପକୂଳର ପଶ୍ଚିମ କେନ୍ଦ୍ରୀୟ ଉପକୂଳରେ ପହଞ୍ଚିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ପୂର୍ବ ମିଦନାପୁରର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ ପଶ୍ଚିମ ମିଦନାପୁର, ଝାରଗ୍ରାମ ଏବଂ ହାୱାଡାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି ।

କୁହାଯାଉଛି ଯେ ସାଉଦି ଆରବର ପରାମର୍ଶ କ୍ରମେ ଏହି ଷ୍ଟର୍ମର ନାମ ‘ଜୱାଦ’ ରଖାଯାଇଛି । ଜୱାଦ୍ ଏକ ଆରବୀ ଶବ୍ଦ, ଯାହାର ଅର୍ଥ ହେଉଛି ‘ଉଦାର’ । କୁହାଯାଉଛି ଯେ ଏହି ସାଇକ୍ଲୋନିକ୍ ପୂର୍ବରୁ ଆସିଥିବା ସାଇକ୍ଲୋନିକ୍ ଷ୍ଟର୍ମ ତୁଳନାରେ ଅଧିକ ବିନାଶ ଘଟାଇବ ନାହିଁ ଏବଂ ଏହା ସାଧାରଣ ଜୀବନ ଉପରେ ସେତେଟା ପ୍ରଭାବ ପକାଇବ ନାହିଁ। ତେବେ ଡିସେମ୍ବର 4 ତାରିଖ ସକାଳେ ପବନର ବେଗ ଘଣ୍ଟା ପ୍ରତି ସର୍ବାଧିକ 100 କିଲୋମିଟର ହେବ ବୋଲି ଆଇଏମଡି ଅର୍ଥାତ୍ ଭାରତୀୟ ପାଣିପାଗ ବିଭାଗ କହିଛି ।

ତୋଫାନର ନାମକରଣର ଆରମ୍ଭ ଆଟଲାଣ୍ଟିକ୍ କ୍ଷେତ୍ରରେ 1953 ମସିହାରେ ଏକ ଚୁକ୍ତିନାମା ସହିତ ହୋଇଥିଲା । ଯେତେବେଳେ କି ଭାରତ ମହାସାଗରରେ ଏହି ବ୍ୟବସ୍ଥା 2004 ରୁ ଆରମ୍ଭ ହୋଇଥିଲା । ଯେକ କୌଣସି ଘୂର୍ଣ୍ଣିବଳୟର ନାମକରଣ ପାଇଁ, ସଦସ୍ୟ ଦେଶମାନେ ନିଜ ତରଫରୁ ନାମର ଏକ ତାଲିକା ଦିଅନ୍ତି । ଏହା ପରେ ସେମାନଙ୍କର ଏଲଫାବେଟିକାଲ ଲିଷ୍ଟିଙ୍ଗ କରାଯାଇଥାଏ । ଏହି କ୍ରମରେ ସୁଝାବ ଦିଆଯାଇଥିବା ନାମ ଉପରେ ତୁଫାନ ଚକ୍ରବାତର ନାମକରଣ କରାଯାଏ । ପ୍ରତ୍ୟେକ ଥର ବିଭିନ୍ନ ଦେଶର ସଂଖ୍ୟା କ୍ରମରୁ ବାହାରକୁ ଆସେ ଏବଂ ଏହି କ୍ରମରେ ଯେଉଁ ଦେଶ ଯେଉଁ ନାମ ଦେଇଛି ଚକ୍ରବାତର ନାମ ସେହି ଦେଶ ଦ୍ୱାରା ଦିଆଯାଇଥିବା ନାମ ଉପରେ ପଡ଼େ ।


ସେୟାର କରନ୍ତୁ