ଦ୍ୱିତୀୟ ଦିନରେ ମଧ୍ୟ ଅଟକି ନାହିଁ ଅକ୍ଷୟ କୁମାରଙ୍କ ଫିଲ୍ମର ରପ୍ତାର, କମାଇଲା ଏତେ କୋଟି

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ଏହି ଦିୱାଲୀ ଅବସରରେ ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ‘ସୂର୍ଯ୍ୟବଂଶୀ’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ପ୍ରଥମ ଦିନରେ ଧମାକାଦାର ରୋଜଗାର କରିବା ପରେ ରୋହିତ ଶେଟ୍ଟୀଙ୍କ ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଭଲ ରପ୍ତାର ବନାଇଅଛି । ଏହି ଚଳଚ୍ଚିତ୍ରଟି ଦିୱାଲୀ ଲମ୍ବା ଛୁଟିଦିନର ଲାଭ ପାଇଥିବା ଜଣାପଡିଛି । ରିଲିଜ୍‌ର ପ୍ରଥମ ଦିନରେ ‘ସୂର୍ଯ୍ୟବଂଶୀ’ 26.29 କୋଟି ଟଙ୍କା ଆୟ କରିଥିଲା । ବର୍ତ୍ତମାନ ଏହାର ଦ୍ୱିତୀୟ ଦିନ କମାଇର ନମ୍ବର ମଧ୍ୟ ସାମ୍ନାକୁ ଆସିଅଛି ।

ଆରମ୍ଭରୁ ‘ସୂର୍ଯ୍ୟବଂଶୀ’କୁ ନେଇ ଏକ ଜବରଦସ୍ତ ଚର୍ଚ୍ଚା ସୃଷ୍ଟି ହୋଇଛି । ଅକ୍ଷୟ କୁମାର ଏବଂ କ୍ୟାଟ୍ରିନା କୈଫଙ୍କ ପ୍ରଶଂସକମାନେ ଏହି ଫିଲ୍ମକୁ ନେଇ ବହୁତ ଉତ୍ସାହିତ ଥିଲେ । ମୁମ୍ବାଇ ଏବଂ ଛୋଟ ସହରଗୁଡିକରେ ମଧ୍ୟ ଫିଲ୍ମକୁ ନେଇ କ୍ରେଜ ଦେଖାଯାଉଛି । ବକ୍ସ ଅଫିସ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ ଏହି ଫିଲ୍ମ ଦ୍ୱିତୀୟ ଦିନରେ 24.50 କୋଟି ଟଙ୍କା ଆୟ କରିଛି ।

ପ୍ରଥମ ଦିନ ତୁଳନାରେ ଅକ୍ଷୟ ଏବଂ କ୍ୟାଟ୍ରିନାଙ୍କ ଫିଲ୍ମ ଦ୍ୱିତୀୟ ଦିନରେ ଟିକେ କମ୍ ରୋଜଗାର କରିଛି । ରବିବାର ଦିନ ‘ସୂର୍ଯ୍ୟବଂଶୀ’ ଅଧିକ ଭଲ ବ୍ୟବସାୟ କରିବ ବୋଲି ଆଶା କରାଯାଉଛି । ଅକ୍ଷୟଙ୍କ ଫିଲ୍ମ ଦୁଇ ଦିନରେ 50 କୋଟି ସଂଗ୍ରହ କରିଛି । ଏହା ସହିତ ଫିଲ୍ମ ବିଦେଶରେ ମଧ୍ୟ ଭଲ ରୋଜଗାର ଆରମ୍ଭ କରିଛି ।

ଫିଲ୍ମ ‘ସୂର୍ଯ୍ୟବଂଶୀ’ ଭାରତର 4 ହଜାରରୁ ଅଧିକ ପରଦାରେ ମୁକ୍ତିଲାଭ କରିଛି । ଏହା ବିଦେଶର 1300 ପରଦାରେ ମୁକ୍ତିଲାଭ କରିଛି । ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଅକ୍ଷୟ ଏବଂ କ୍ୟାଟ୍ରିନାଙ୍କ ବ୍ୟତୀତ ରଣବୀର ସିଂହ ଏବଂ ଅଜୟ ଦେବଗନ ମଧ୍ୟ ଅଭିନୟ କରିଛନ୍ତି ।

ଏହି ଚଳଚ୍ଚିତ୍ରରେ ଗୁଲଶାନ ଗ୍ରୋଭର, ସିକନ୍ଦର ଖେର, ଅଭିମନ୍ୟୁ ସିଂହ ଏବଂ ଜାଭେଦ୍ ଜାଫରୀ ସପୋଟିଂ ଭୂମିକା ନିଭାଇଛନ୍ତି । ରିଲାଏନ୍ସ ଏଣ୍ଟରଟେନମେଣ୍ଟ, ରୋହିତ ଶେଟ୍ଟୀ ପିକ୍ଚର୍ସ, ଧର୍ମା ପ୍ରଡକ୍ସନ୍ସ ଏବଂ କେପ୍ ଅଫ୍ ଗୁଡ୍ ଫିଲ୍ମ ଦ୍ୱାରା ମିଳିତ ଭାବେ ‘ସୂର୍ଯ୍ୟବଂଶୀ’ ଫିଲ୍ମକୁ ପ୍ରସ୍ତୁତ କରିଛନ୍ତି ।


ସେୟାର କରନ୍ତୁ