ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ପରଜଙ୍ଗ ବିଜୁ ମହିଳା ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ପରଜଙ୍ଗ ବ୍ଲକ ବିଜୁ ମହିଳା ଜନତା ଦଳ ପକ୍ଷରୁ ପେଟ୍ରୋଲ, ଡିଜେଲ ଓ ଏଲପିଜି ସମେତ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦର ଦାମ ବୃଦ୍ଧି ହେତୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଦର ଦାମ ବିରୋଧରେ ଆଜି ରାଜରାସ୍ତାକୁ ଓହ୍ଳାଇଥିଲା ପରଜଙ୍ଗ ବ୍ଲକ ବିଜୁ ମହିଳା ଜନତା ଦଳ । ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି ପକ୍ଷରୁ ଗ୍ୟାସ ଟାଙ୍କି ରଖି ପ୍ରତିବାଦ କରାଯାଇଥିଲା ।

ଆଜିର ଏହି ପ୍ରତିବାଦ ସଭାରେ ପରଜଙ୍ଗ ବିଜେଡି ମହିଳା ବ୍ଲକ ସଭାନେତ୍ରୀ ବିଳାସିନୀ ସେଠୀଙ୍କ ଆହ୍ୱାନ କ୍ରମେ ପରଜଙ୍ଗ ବ୍ଲକର ଶତାଧିକ ମହିଳା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଜୁ ମହିଳା ଜନତା ଦଳର ନେତ୍ରୀ ମାନେ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ ଦେବା ସହିତ ନାରା ବାଜି କରିଥିଲେ । ଢେ଼ଙ୍କାନାଳ ଜିଲ୍ଲା ବିଜୁ ମହିଳା ଜନତା ଦଳର ସାଧାରଣ ସମ୍ପାଦିକା ମମତା ପାଣି, ସହ ସମ୍ପାଦିକା ସିଷ୍ଟର ନିବେଦିତା, ମହିଳା ଦଳର ଅନ୍ୟାନ୍ୟ ନେତ୍ରୀ ମାନେ ନିଜ ନିଜର ବକ୍ତବ୍ୟ ରଖି କେନ୍ଦ୍ର ସରକାରଙ୍କ ବିରୋଧରେ ବିଭିନ୍ନ ନାରାବାଜି କରିଥିଲେ ।


ସେୟାର କରନ୍ତୁ