ଶେହନାଜ ଗିଲଙ୍କ ନୂଆ ଗୀତ ‘ତୁ ୟହିଁ ହେ’ ହେଲା ରିଲିଜ, ଦେଖନ୍ତୁ ଭିଡ଼ିଓ…

ସିନେମା
ସେୟାର କରନ୍ତୁ

Tu Yaheen Hai Song Out: ସିଦ୍ଧାର୍ଥ ଶୁକ୍ଲା ଏବଂ ଶେହନାଜ ଗିଲଙ୍କ ଯୋଡିକୁ ଖୁବ ପସନ୍ଦ କରାଯାଇଥାଏ । ବିଗ୍ ବସ୍ ସିଜନ୍ 13 ରେ ଉଭୟଙ୍କ ଯୋଡି ହୋଇଥିବା ଦେଖାଯାଇଥିଲା । ଶୋ’ରେ ଶେହନାଜ ଗିଲ ଏବଂ ସିଦ୍ଧାର୍ଥ ଶୁକ୍ଲାଙ୍କର ସୁନ୍ଦର କେମେଷ୍ଟ୍ରିକୁ ସମସ୍ତେ ଭଲ ପାଉଥିଲେ । ସିଦ୍ଧାର୍ଥ ଶୁକ୍ଲା ଅଭିନୟ ଦ୍ୱାରା ଲୋକଙ୍କ ହୃଦୟ ଏମିତି ଜିତିଥିଲେ ଯେ ଆଜି ଲୋକମାନେ ତାଙ୍କୁ ଭୁଲି ନାହାଁନ୍ତି । ଯେତେବେଳେ ଆମ ସମସ୍ତଙ୍କର ଏତେ ଦୁଃଖ ହୋଇଥିଲା, ତା’ହେଲେ ତାଙ୍କ ପରିବାର ଏବଂ ଶେହନାଜ୍ ଗିଲଙ୍କ ଉପରେ କ’ଣ ବିତିଥିବ ଏହା ଆମେ ଅନୁମାନ କରିପାରୁଥିବା । କହିବାକି ନିକଟରେ ଶାହନାଜ ଗିଲଙ୍କ ନୂଆ ଗୀତ ‘ତୁ ୟହିଁ ହେ’ ରିଲିଜ ହୋଇଛି ।

ଏଠାରେ ଦେଖନ୍ତୁ ଭିଡ଼ିଓ…

ଶାହନାଜ ଗିଲ ତାଙ୍କର ନୂଆ ଗୀତ ‘ତୁ ୟହିଁ ହେ’ରୁ ସିଦ୍ଧାର୍ଥ ଶୁକ୍ଲାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ଦେଖିବାକୁ ମିଳିଛି । ଏହି ଗୀତଟି ସିଡନାଜଙ୍କ ବନ୍ଧୁତା ଏବଂ ପ୍ରେମ ପରି ସୁନ୍ଦର । ଏହି ଗୀତ ଶୁଣିବା ପାଇଁ ବହୁତ ସୁନ୍ଦର ଏବଂ ଏହା ସମସ୍ତଙ୍କ ପାଇଁ ଏକ ଭାବପ୍ରବଣ ଗୀତ ଅଟେ । ତାଙ୍କ ସ୍ମୃତିରେ ସିଦ୍ଧାର୍ଥଙ୍କ ପାଇଁ ଶାହନାଜ ଗିଲ ଏକ ସ୍ୱତନ୍ତ୍ର ଗୀତ ଗାଇଛନ୍ତି । ଏହା କହିବା ଭୁଲ ହେବ ନାହିଁ ଯେ ଶାହନାଜ ଗିଲ ଆଜି ମଧ୍ୟ ସିଦ୍ଧାର୍ଥ ଶୁକ୍ଲାଙ୍କୁ ଭୁଲି ନାହାଁନ୍ତି । ଏହି ଗୀତଟି କହୁଅଛି ଯେ ସେ ସର୍ବଦା ମଧୁର ସ୍ମୃତିରେ ସିଦ୍ଧାର୍ଥ ଶୁକ୍ଲାଙ୍କୁ ସମ୍ମାନ କରିବେ । ଗୀତ ବିଷୟରେ କହିବାକୁ ଗଲେ ଏହି ଗୀତଟି ନିଜେ ଶାହନାଜ ଗିଲ ଗାଇଛନ୍ତି ।

ଏହାପୂର୍ବରୁ ଶାହନାଜ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଆଗାମୀ ମ୍ୟୁଜିକ୍ ଭିଡିଓର ପୋଷ୍ଟର ସେୟାର କରି ପ୍ରଶଂସକଙ୍କୁ ସୂଚନା ଦେଇଥିଲେ । ଏହି ମ୍ୟୁଜିକ୍ ଭିଡିଓର ନାମ ହେଉଛି ‘ତୁ ୟହିଁ ହେ’ (Tu Yaheen Hain) ଅଟେ । ଏହି ପୋଷ୍ଟରରେ ‘ସିଦ୍ଧାର୍ଥ ଶୁକ୍ଲାଙ୍କୁ ମୋର ହୃଦୟରୁ ଶ୍ରଦ୍ଧାଞ୍ଜଳି’ ଶୀର୍ଷକରେ ଲେଖାଯାଇଛି । ଏହି ପୋଷ୍ଟକୁ ସେୟାର୍ କରିବା ସହିତ ସେ ଲେଖିଛନ୍ତି, ‘ତୁମେ ମୋର ଏବଂ ….. ସିଦ୍ଧାର୍ଥ ଶୁକ୍ଲା’ | ୱାର୍କ ଫ୍ରଣ୍ଟ କଥା କହିବାତ ଶେହନାଜ ଗିଲଙ୍କୁ ନିଜ ଫିଲ୍ମ ‘ହୋସଲା ରଖ’ରେ ଦିଲଜିତ ଦୋସାଝଙ୍କ ସହ ଦେଖିବାକୁ ମିଳିଥିଲା ।


ସେୟାର କରନ୍ତୁ