ପରଜଙ୍ଗ ବ୍ଲକ ବିଜୁଜନତା ଦଳ ପକ୍ଷରୁ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକର ମିନି ଷ୍ଟାଡିୟମ ପରିସରରେ ପରଜଙ୍ଗ ବ୍ଲକ ବିଜୁଜନତା ଦଳ ପକ୍ଷରୁ ଆଜି ପୂର୍ବାହ୍ନରେ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ପରଜଙ୍ଗ ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁ, ସମ୍ମାନୀତ ଅତିଥି ରୂପେ ଢେ଼ଙ୍କାନାଳ ଏମପି ମହେଶ ସାହୁ, ଢେଙ୍କାନାଳ ସଦର ବିଧାୟକ ସୁଧୀର କୁମାର ସାମଲ, ଢେ଼ଙ୍କାନାଳ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ କୁମାର ନାୟକ, ଜିଲ୍ଲା ମହିଳା ସଭାନେତ୍ରୀ ସାଗରିକା ମିଶ୍ର, ପରଜଙ୍ଗ ବିଧାନସଭା କ୍ଷେତ୍ରେର ନିର୍ବାଚନ ପର୍ଯ୍ୟବେକ୍ଷକ ଦେବାଶିଷ ସିଟ ପ୍ରମୁଖ ଉପସ୍ଥିତ ଥିଲେ ।

କହିବାକି ଏହି ସଭାରେ ପ୍ରଥମେ ଶ୍ରୀଜଗନ୍ନାଥ ଓ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫୋଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଦେବା ସହ ପ୍ରଦୀପ ପ୍ରଜ୍ୟୁଳନ କରାଯାଇଥିଲା । ଏହାପରେ ଅତିଥିମାନେ ମଞ୍ଚାସିନ ହୋଇ ଥିଲେ । ଏଥିରେ ମୁଖ୍ୟ ଅତିଥି ଏବଂ ସମ୍ମାନୀତ ଅତିଥି ମାନେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।

ଏହି ଆଲୋଚନା ଚକ୍ରରେ ବିଶେଷ ଭାବରେ ବିଜେଡି କିପରି ସୁଦୃଢ଼ ସଂଗଠନ କରିବା ସହ ଆଗକୁ ପଞ୍ଚାୟତ ନିର୍ବାଚନ ରହିଥିବାରୁ କିଭଳି ନିଜର ସମର୍ଥିତ ପ୍ରାର୍ଥୀଙ୍କୁ ସୁନିଶ୍ଚିତ ବିଜୟ କରିବାର ଲକ୍ଷ୍ୟକୁ ପୂରଣ କରିବା ନେଇ ଆଲୋଚନା ହୋଇଥିଲା । ଏଥି ସହିତ ପ୍ରତି ୱାର୍ଡ ରେ ଯୁବ ବିଜେଡି କମିଟି ଗଠନ ସହ ପଞ୍ଚାୟତରେ ମହିଳା କମିଟି ଗଠନ କରି ତୃଣମୂଳ ସ୍ତରରେ ବିଜେଡି ପାଇଁ କାର୍ଯ୍ୟ କରିବେ ବୋଲି ବୋଲି ନିଷ୍ପତି ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପରଜଙ୍ଗ ବ୍ଲକ ଅଧକ୍ଷ ଅକ୍ଷୟ କୁମାର ବେହେରା, ବ୍ଲକଯୁବ ବିଜେଡ଼ି ସଭାପତି ଇଂ ସୁବ୍ରତ କୁମାର ଦାସ, ଯୁବନେତା ଅସିତ କୁମାର ରାୟ ଚୌଧୁରୀ, ଯୁବନେତା ଭୂପେଶ ଚନ୍ଦ୍ର ପ୍ରଧାନ, ବ୍ଲକ ମହିଳା ସଭାନେତ୍ରୀ ବିଳାସିନୀ ସେଠୀ ମଧ୍ୟ ମଞ୍ଚରେ ଉପସ୍ଥିତ ଥିଲେ । ଏହି ପରିବର୍ଦ୍ଧିତ କାର୍ଯ୍ୟ କାରିଣୀ ବୈଠକ ସଭାକୁ ବ୍ଲକ ବିଜେଡି ସଭାପତି କୃଷ୍ଣଚନ୍ଦ୍ର ମହାନ୍ତି ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପରଜଙ୍ଗ ବ୍ଲକର ପ୍ରତେକ ପଞ୍ଚାୟତର ଶତାଧିକ ବିଜେଡ଼ି କର୍ମୀ ଉପସ୍ଥିତ ରହି ଥିଲେ ।


ସେୟାର କରନ୍ତୁ