Coronavirus: ଦେଶରେ 24 ଘଣ୍ଟାରେ ଆସିଲା 16 ହଜାର 326 କରୋନା କେସ, 666 ମୃତ୍ୟୁ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଦେଶରେ ପୂର୍ବ 24 ଘଣ୍ଟାରେ କରୋନା ଭାଇରସ ମହାମାରୀର 16 ହଜାର 326 ନୂଆ କେସ ସାମ୍ନାକୁ ଆସିଅଛି । ତେବେ ଏହି ସମୟ ମଧ୍ୟରେ 666 ଲୋକଙ୍କର ମୃତ୍ୟୁ ହୋଇଅଛି । ପୂର୍ବ 24 ଘଣ୍ଟାରେ 17 ହଜାର 677 ଲୋକ କରୋନା ଭାଇରସକୁ ହରାଇ ଠିକ ହୋଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଂଖ୍ୟା ମୁତାବକ, ଦେଶରେ ଏପର୍ଯ୍ୟନ୍ତ କରୋନା ମାମଲା ବଢିକରି ମୋଟ 3 କୋଟି 41 ଲକ୍ଷ 59 ହଜାର 562କୁ ବୃଦ୍ଧି ପାଇଥିବାବେଳେ ଏପର୍ଯ୍ୟନ୍ତ ଏଥି ମଧ୍ୟରୁ 4 ଲକ୍ଷ 53 ହଜାର 708 ଲୋକଙ୍କର ଜୀବନ ଯାଇଅଛି । ତେବେ ଏପର୍ଯ୍ୟନ୍ତ 3 କୋଟି 35 ଲକ୍ଷ 32 ହଜାର 126 ଲୋକ ଏହି ମହାମାରୀରୁ ଠିକ ହୋଇସାରିଛନ୍ତି । ଏବେ ଦେଶରେ ଆକ୍ଟିଭ ମାମଲା 1 ଲକ୍ଷ 73 ହଜାର 728 ହୋଇଯାଇଛି,ଅର୍ଥାତ ଏତିକି ଲୋକଙ୍କର ଚିକିତ୍ସା ଚାଲୁଅଛି ।

ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ICMR) ମୁତାବକ ଦେଶରେ 22 ଅକ୍ଟୋବର ପର୍ଯ୍ୟନ୍ତ କରୋନା ଭାଇରସ ପାଇଁ ମୋଟ 59 କୋଟି 84 ଲକ୍ଷ 31 ହଜାର 162 ସାମ୍ପୁଲ ଟେଷ୍ଟ କରାଯାଇଅଛି । ଯାହା ମଧ୍ୟରୁ 13 ଲକ୍ଷ 64 ହଜାର 681 ସାମ୍ପୁଲ ଗତ କାଲି ଟେଷ୍ଟ କରାଯାଇଛି ।


ସେୟାର କରନ୍ତୁ