ସାହିଦ କପୁରଙ୍କ ପତ୍ନୀ ମୀରା କପୁର ପ୍ରଥମ ଥର ଦେଖାଇଲେ ବୋଲ୍ଡ ଅବତାର, ପିଙ୍କ ଟୁ ପିସ ବିକିନି ପିନ୍ଧି ସମୁଦ୍ରକୁ ଡେଇଁଲେ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ସାହିଦ କପୁରଙ୍କ ପତ୍ନୀ ମୀରା କପୁର ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି । ଆଜିକାଲି ପରିବାର ସହିତ ମାଲଦ୍ୱୀପରେ ଛୁଟି କଟାଉଥିବାରୁ ମୀରା ଗୋଟିଏ ପରେ ଗୋଟିଏ ପୋଷ୍ଟ ସେୟାର କରି ପ୍ରଶଂସକଙ୍କୁ ନିଜ ଟ୍ରିପ ର ଝଲକ ଦେଉଛନ୍ତି । ଏହି ସମୟରେ ସେ ନିଜର ହଟ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କୁ ପିଙ୍କ ବିକିନିରେ ଦେଖିବାକୁ ମିଳିଛି । ଆପଣ ପୂର୍ବରୁ ମୀରାଙ୍କର ଏହି ଅବତାରକୁ କ୍ୱଚିତ୍ ଦେଖିଥିବେ ।

ମୀରା କପୁର ନିଜର ଲେଟେଷ୍ଟ ଇନଷ୍ଟାଗ୍ରାମ ପୋଷ୍ଟରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ପିଙ୍କ କଲର ବିକିନି ପିନ୍ଧି ସମୁଦ୍ର ଭିତରକୁ ଡେଇଁଥିବାର ନଜର ଆସିଛନ୍ତି । ଭିଡିଓରେ ଏହା ଦେଖିବାକୁ ମିଳେ ଯେ ମୀରା କପୁର ସବୁଜ ସମୁଦ୍ର ଭିତରକୁ ଡେଇଁବା ମାତ୍ରେ ସେ ମାଛ ପରି ଗାଧୋଇବାକୁ ଲାଗନ୍ତି । ଏହା ସହ ସେ କ୍ୟାପସନରେ ଲେଖିଛନ୍ତି- ‘Getting That Dose Of Vitamin Sea..Take The Plunge With Me’ ।

କହିବାକି, ଏହା ପୂର୍ବରୁ ମଧ୍ୟ ମୀରା ରାଜପୁତ ମାଲଦ୍ୱୀପର ଅନେକ ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି, କିନ୍ତୁ ତାଙ୍କର ବିକିନି ଅବତାର ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି । ଷ୍ଟାର ପତ୍ନୀ ହୋଇଥିବାରୁ ମୀରା ମଧ୍ୟ ନିଜର ନୂଆ ଲୁକ୍ ପାଇଁ ଚର୍ଚାରେ ରହିଛନ୍ତି । ଏଭଳି ପରିସ୍ଥିତିରେ ତାଙ୍କର ବିକିନି ଲୁକ୍ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି, ଯାହା ଦେଖୁ ଦେଖୁ ଭାଇରାଲ ହେବାରେ ଲାଗିଛି ।


ସେୟାର କରନ୍ତୁ