Sanak Trailer Out: ଫିଲ୍ମ ‘ସନକ’ର ଘାଷୁ ଟ୍ରେଲର ଆଉଟ, ଆକ୍ସନ୍ ମୋଡରେ ବିଦ୍ୟୁତ ଜାମୱାଲ- ଦେଖନ୍ତୁ Trailer

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଦୁନିଆର ବଡ ବଡ ଆକ୍ସନ୍ ତାରକା ମାନଙ୍କ ମଧ୍ୟରୁ ଜଣେ ବିଦ୍ୟୁତ୍ ଜାମୱାଲ (Vidyut Jamwal)ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସନକ’ ର ଧମାକାଦାର ଟ୍ରେଲର ଆଉଟ ହୋଇ ଅଛି । ଫିଲ୍ମର ଟ୍ରେଲରରେ ଇମୋସନ ସହିତ ଆକ୍ସନର ଭଲ ମିଶ୍ରଣ ଦେଖିବାକୁ ମିଳିଛି ।

ଏଠାରେ ଦେଖନ୍ତୁ ଟ୍ରେଲର …

2 ମିନିଟ୍ 36 ସେକେଣ୍ଡର ଟ୍ରେଲରର ଆରମ୍ଭ ଅଭିନେତା ଏବଂ ତାଙ୍କ ପତ୍ନୀଙ୍କଠାରୁ ହୋଇଅଛି । ବିଦ୍ୟୁତଙ୍କ ପତ୍ନୀ ହାର୍ଟ ଅପରେସନ୍ କରିବାକୁ ଯାଉଛନ୍ତି, ଯେଉଁଥିପାଇଁ ତାଙ୍କୁ ଅପରେସନ୍ ଥିଏଟରକୁ ନିଆଯାଇଛି । ଏହି ସମୟରେ କିଛି ବଦମାସ ଡାକ୍ତରଖାନା ଉପରେ ଆକ୍ରମଣ କରି ଲୋକଙ୍କୁ ହତ୍ୟା କରିବା ଆରମ୍ଭ କରିଥିଲେ । ଏହା ପରେ ବିଦ୍ୟୁତ୍ ଆକ୍ସନ୍ ମୋଡ୍ ରେ ପ୍ରବେଶ କରି ସଶସ୍ତ୍ର ଦୁଷ୍କର୍ମକାରୀଙ୍କୁ ଗୋଟିଏ ପରେ ଗୋଟିଏ ହତ୍ୟା କରିବା ଆରମ୍ଭ କଲେ ।

କନିଷ୍କ୍ ବର୍ମାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ବିଦ୍ୟୁତ୍ ଜାମୱାଲ୍, ବଙ୍ଗାଳୀ ସୁପରଷ୍ଟାର୍ ରୁକ୍ମିଣୀ ମୈତ୍ରା, ନେହା ଧୁପିଆ ଏବଂ ଚନ୍ଦନ ରୟ ସାନିଆଲ୍ ଅଭିନୟ କରିଛନ୍ତି ଏବଂ ଟ୍ରେଲର ଦର୍ଶକଙ୍କୁ ହାଇ ଆକ୍ସନ୍ ଏବଂ ଆଖିରୁ ଲୁହବୁହାଉ ଥିବା ଡ୍ରାମାର ଏକ ଶିଖରକୁ ନେଉଅଛି ।

ବିଦ୍ୟୁତ ଜାମୱାଲ, ଚନ୍ଦନ ରୟ ସାନିଆଲ, ନେହା ଧୁପିଆ ଏବଂ ରୁକ୍ମିଣୀ ମୈତ୍ରାଙ୍କ ଅଭିନୀତ ‘ସନକ – ହୋପ୍ ଅଣ୍ଡର ସିଜ୍’କୁ ଜୀ ଷ୍ଟୁଡିଓ ଦ୍ୱାରା ସନସାଇନ ପିକ୍ଚର୍ସ ପ୍ରାଇଭେଟ ଲିମିଟେଡ଼ ସହଯୋଗରେ ପ୍ରସ୍ତୁତ କରାଯାଇଅଛି । ଯାହାର ଷ୍ଟ୍ରିମିଂ ଅକ୍ଟୋବର 15 ରୁ ଡିଜ୍ନି + ହଟଷ୍ଟାର ମଲ୍ଟିପ୍ଲେକ୍ସରେ ହେବ । ଏହି ଫିଲ୍ମର ନିର୍ମାତା ହେଉଛନ୍ତି ବିପୁଲ ଅମୃତଲାଲ ଶାହା ଅଟନ୍ତି । ଏଥିସହିତ ଏହାର ନିର୍ଦ୍ଦେଶନା କନିଷ୍କ୍ ବର୍ମା ଦେଇଛନ୍ତି ।


ସେୟାର କରନ୍ତୁ