ରାଜ୍ୟ ସରକାର ଅକ୍ଟୋବର ମାସ ପାଇଁ ଜାରି କଲେ କୋଭିଡ୍‌ ଗାଇଡ୍‌ଲାଇନ୍‌

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟ ସରକାର ଅକ୍ଟୋବର ମାସ ପାଇଁ କୋଭିଡ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି । ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଅକ୍ଟୋବର ଗାଇଡଲାଇନ୍ ଜାରି କଲେ ରାଜ୍ୟ ସରକାର । ପୂଜା ପାର୍ବଣରେ ସାମାଜିକ ଦୂରତା ରଖିବାକୁ ସରକାର ନିବେଦନ କରିଛନ୍ତି ଏବଂ ବାହାରେ ଅଯଥାରେ ଗହଳି ନକରିବାକୁ ସରକାର ସତର୍କ କରାଇଛନ୍ତି । ଏବେ ପ୍ରାୟ କୋଭିଡ୍‌ ମାମଲା ସଂଖ୍ୟା ସ୍ଥିର ରହିଛି । ଏହାର ସଂକ୍ରମଣ ବଢ଼ିଲେ ଚିନ୍ତା ବଢ଼ିବ ବୋଲି ସେ କହିଛନ୍ତି ।

ଶ୍ର୍ରୀ ଜେନା କହିଛନ୍ତି ଯେ, ଅକ୍ଟୋବର 1ରୁ ନଭେମ୍ବର 1 ତାରିଖ ପର୍ଯ୍ୟନ୍ତ । ପୌରାଂଚଳରେ ସେପ୍ଟେମ୍ବର ମାସ ଭଳି ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ । କିନ୍ତୁ କଟକ ଓ ଭୁବନେଶ୍ୱରରେ ଅକ୍ଟୋବର 11 ରୁ 20 ତାରିଖ ପର୍ଯ୍ୟନ୍ତ ରାତି 8ଟାରୁ ସକାଳ 5ଟା ପର୍ଯ୍ୟନ୍ତ ରାତ୍ରୀକାଳୀନ କର୍ଫ୍ୟୁ ବଳବତ୍ତର ରହିବ । କଟକ ଓ ଭୁବନେଶ୍ୱର ବ୍ୟତୀତ ରାଜ୍ୟର ଅନ୍ୟ ସ୍ଥାନରେ ଦୋକାନ-ବଜାର ପୂର୍ବ ଭଳି ଖୋଲିବ ।

କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସମସ୍ତ ରାଜ୍ୟକୁ ଅନୁରୋଧ କରି ପରାମର୍ଶ ଦେଇଛନ୍ତି ଯେ, ପାର୍ବଣ ଋତୁରେ ସମସ୍ତେ ନିରାଡମ୍ବର ଭାବେ କୋଭିଡ ନିୟମ ପାଳନ କରିବେ । ସରକାରଙ୍କ ନିର୍ଦ୍ଦେଶ ପାଳନ କଲେ କୋଭିଡ-19 ସଂକ୍ରମିତ ହାର ହ୍ରାସ ହୋଇପାରିବ ଏବଂ ସେହିଭଳି କୋଭିଡର 3ୟ ଲହରକୁ ନିୟନ୍ତ୍ରିତ କରିପାରିବା । ହରିଦ୍ୱାରରେ କୁମ୍ଭମେଳା ଓ କେରଳରେ ଓନାମ ପର୍ବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅନେକ ଥର ନିବେଦନ କରିଛନ୍ତି ଯେ, ପାର୍ବଣରେ ସତର୍କ ରହିବା । ଘର ଭିତରେ ପାଳନ କରିବା, ବାହାରେ ଭିଡ କରିବା ନାହିଁ ବୋଲି ଶ୍ରୀ ଜେନା କହିଛନ୍ତି ।

ପୂର୍ବ ପରି ଦୋକାନ ସକାଳ 5ଟାରୁ ରାତି 10ଟା ଯାଏଁ ଖୋଲା ରହିବ । ପୂର୍ବବତ୍ତ ରାତ୍ରକାଳୀନ କର୍ଫ୍ୟୁ ରାତି 10ଟାରୁ ସକାଳ 5ଟା ଯାଏଁ ବଳବତ୍ତର ରହିବ । ବିବାହ, ବ୍ରତ ଓ ଶୁଦ୍ଧିକ୍ରିୟା ଗତ ମାସ ଥିବା ନିୟମ ଲାଗୁ ରହିବ । 250 ଜଣ ଲୋକଙ୍କୁ ନେଇ ଆୟୋଜନ କରାଯାଇ ପାରିବ । ଅଗଷ୍ଟ ମାସରେ ଏହି ସଂଖ୍ୟା 50ରେ ସୀମିତ ଥିଲା । ସେହିପରି ବିବାହ ଶୋଭାଯାତ୍ରାକୁ ମିଳିଥିବା ଅନୁମତି ବଳବତ୍ତର ରହିବ । ଶୋଭାଯାତ୍ରାରେ ପୂର୍ବପରି 50 ଜଣ ସାମିଲ ହୋଇ ପାରିବେ । ପୂର୍ଣ୍ଣ କ୍ଷମତା ସହ ମଧ୍ୟ ସିନେମା ହଲ୍ ଚାଲିବ ।


ସେୟାର କରନ୍ତୁ