Coronavirus: ଦେଶରେ ପୂର୍ବ 24 ଘଣ୍ଟାରେ ସାମ୍ନାକୁ ଆସିଲା 28 ହଜାର ନୂଆ କରୋନା କେସ, 338 ରୋଗୀଙ୍କ ମୃତ୍ୟୁ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଭାରତରେ ନୂଆ କରୋନା ମାମଲା ତିନି ଦିନରେ ସାମାନ୍ୟ ତଳକୁ ଖସି ଅଛି । ଦେଶରେ ପୂର୍ବ 24 ଘଣ୍ଟାରେ କରୋନା ଭାଇରସ ମହାମାରୀର 28 ହଜାର 591 ନୂଆ କେସ ସାମ୍ନାକୁ ଆସିଅଛି । ଏହା ପୂର୍ବରୁ ଶନିବାରରେ 33376, ଶୁକ୍ରବାର 34973 ନୂଆ କେସ ଆସିଥିଲା । ତେବେ 24 ଘଣ୍ଟା ମଧ୍ୟରେ 338 ଲୋକଙ୍କର ମୃତ୍ୟୁ ହୋଇଅଛି । ପୂର୍ବ 24 ଘଣ୍ଟାରେ 34 ହଜାର 848 ଲୋକ କରୋନା ଭାଇରସକୁ ହରାଇ ଠିକ ହୋଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଂଖ୍ୟା ମୁତାବକ, ଦେଶରେ ଏପର୍ଯ୍ୟନ୍ତ କରୋନା ମାମଲା ବଢିକରି ମୋଟ 3 କୋଟି 32 ଲକ୍ଷ 36 ହଜାର 921କୁ ବୃଦ୍ଧି ପାଇଥିବାବେଳେ ଏପର୍ଯ୍ୟନ୍ତ ଏଥି ମଧ୍ୟରୁ 4 ଲକ୍ଷ 42 ହଜାର 655 ଲୋକଙ୍କର ଜୀବନ ଯାଇଅଛି । ତେବେ ଏପର୍ଯ୍ୟନ୍ତ 3 କୋଟି 24 ଲକ୍ଷ 09 ହଜାର 345 ଲୋକ ଏହି ମହାମାରୀରୁ ଠିକ ହୋଇସାରିଛନ୍ତି । ଏବେ ଦେଶରେ ଆକ୍ଟିଭ ମାମଲା ବଢିକରି 3 ଲକ୍ଷ 84 ହଜାର 921 ହୋଇଯାଇଛି,ଅର୍ଥାତ ଏତିକି ଲୋକଙ୍କର ଚିକିତ୍ସା ଚାଲୁଅଛି ।

ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ICMR) ମୁତାବକ ଦେଶରେ 11 ସେପ୍ଟେମ୍ବର ପର୍ଯ୍ୟନ୍ତ କରୋନା ଭାଇରସ ପାଇଁ ମୋଟ 54 କୋଟି 18 ଲକ୍ଷ 05 ହଜାର 829 ସାମ୍ପୁଲ ଟେଷ୍ଟ କରାଯାଇଅଛି । ଯାହା ମଧ୍ୟରୁ 15 ଲକ୍ଷ 30 ହଜାର 125 ସାମ୍ପୁଲ ଗତ କାଲି ଟେଷ୍ଟ କରାଯାଇଛି ।


ସେୟାର କରନ୍ତୁ