ଆଗାମୀ ଦୁଇ ଦିନ ମଧ୍ୟରେ ହାଲୁକା ବର୍ଷା ସହିତ କାଳ ବୈଶାଖୀ ସମ୍ଭାବନା

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଓଡ଼ିଶାର କିଛି ସ୍ଥାନରେ ଆସନ୍ତା ଦୁଇଦିନ ମଧ୍ୟରେ ହାଲୁକା ବର୍ଷା ସହିତ କାଳବୈଶାଖୀ ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ପ୍ରକାଶ ଅନୁଯାୟୀ,ଅଗଷ୍ଟ 25ରୁ 26 ତାରିଖ ମଧ୍ୟରେ ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ସହିତ ବଜ୍ରପାତର ସମ୍ଭାବନା ରହିଅଛି ।

ଏହା ସହିତ ଏହି ଦିନ ନବରଙ୍ଗପୁର, କଳାହାଣ୍ଡି ଓ ସୁନ୍ଦରଗଡ଼ ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ଉକ୍ତ ଜିଲ୍ଲାଗୁଡ଼ିକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।


ସେୟାର କରନ୍ତୁ