ହଜାରେ ତଳକୁ ଖସିଲା କରୋନା ପଜିଟିଭ ସଂଖ୍ୟା, ରାଜ୍ୟରେ 24 ଘଣ୍ଟାରେ ଚିହ୍ନଟ ହେଲେ 868 ନୂଆ କରୋନା ଆକ୍ରାନ୍ତ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ କରୋନା ସଙ୍କଟର ପ୍ରକୋପ କମିବାରେ ଲାଗି ଅଛି । ସଂଖ୍ୟାର କଥା କହିବାତ ଆଜି ଏହି ସଂଖ୍ୟା ହଜାରେ ତଳକୁ ଖସିଅଛି । ରାଜ୍ୟରେ 24 ଘଣ୍ଟାରେ 8 ଶହ 68 କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 9 ଲକ୍ଷ 95 ହଜାର 433କୁ ବୃଦ୍ଧି ଘଟିଛି । ରାଜ୍ୟରେ ଏହି ନୂତନ ଚିହ୍ନଟ ହୋଇଥିବା 868 ଜଣଙ୍କ ମଧ୍ୟରୁ 507 ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଜଣାପଡିଥିବାବେଳେ 361 ଜଣ ଲୋକାଲ କଣ୍ଟାକଟ କେସ ବୋଲି ଜଣାପଡିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ଏବେ ରାଜ୍ୟରେ ମୋଟ 995433 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ 10187ଟି ଆକ୍ଟିଭ କେସ୍ ରହିଅଛି ଏବଂ 978240 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।


ସେୟାର କରନ୍ତୁ