ବେଲବଟମ୍ ର ପ୍ରଥମ ଗୀତ ରିଲିଜ୍, ବାଣୀ କପୁରଙ୍କ ସାଥିରେ ରୋମାନ୍ସ କରୁଥିବାର ଦେଖାଯାଉଛନ୍ତି ଅକ୍ଷୟ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ବେଲବଟମ୍ ର ପ୍ରଥମ ଗୀତ ରିଲିଜ୍ ହୋଇଛି । ଏହି ଗୀତରେ ଅକ୍ଷୟ କୁମାର ବାଣୀ କପୁରଙ୍କୁ ରୋମାନ୍ସ କରୁଥିବା ନଜର ଆସିଛନ୍ତି । ଗତକାଲି ପୋଷ୍ଟର ରିଲିଜ୍ ହେବା ପରେ ପ୍ରଶଂସକମାନେ ଏହି ଗୀତକୁ ନେଇ ଉତ୍ସାହିତ ଥିଲେ । ସୋସିଆଲ ମିଡିଆରେ ମଧ୍ୟ ଏହି ଗୀତର ବାରମ୍ବାର ଚର୍ଚା ହେଉଅଛି । ଏହି ଗୀତକୁ ଗୁରୁନାଜର ଏବଂ ଆସିସ୍ କୌର ଗାଇଛନ୍ତି ଏବଂ ଗୌରବ ଦେବ, କାର୍ତ୍ତିକ ଦେବ ମ୍ୟୁଜିକ ପ୍ରଦାନ କରିଛନ୍ତି ।

ଏଠାରେ ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡିଓ ଗୀତ…

ଫିଲ୍ମ ବିଷୟରେ କହିବାକୁ ଗଲେ ଏଥିରେ ଅକ୍ଷୟ କୁମାର, ବାଣୀ କପୁରଙ୍କ ସହ ଲାରା ଦତ୍ତାଙ୍କ ଭଳି ଅନେକ ତାରକା ଅଛନ୍ତି । ଫିଲ୍ମର ଟ୍ରେଲର କିଛି ଦିନ ପୂର୍ବରୁ ରିଲିଜ ହୋଇଛି, ଯାହାକୁ ବହୁତ ପସନ୍ଦ କରାଯାଉଛି । ଏହି ଫିଲ୍ମରେ ଅକ୍ଷୟଙ୍କ ସିକ୍ରେଟ ଏଜେଣ୍ଟ ଭୂମିକାରେ ନଜର ଆସିବେ ।

ତାଙ୍କ ଭୂମିକା ବିଷୟରେ ଏତିକି ଜାଣନ୍ତୁ ଯେ ସେ ଜଣେ ଚେସ ଖେଳାଳୀ ଅଟନ୍ତି, ଯିଏ ଗୀତ ମଧ୍ୟ ଶିଖାନ୍ତି । ହିନ୍ଦୀ ଏବଂ ଇଂରାଜୀ ସହିତ ତାଙ୍କୁ ମଧ୍ୟ ଜର୍ମାନ ଭାଷା କହି ଆସେ । ଏହି ଫିଲ୍ମଟି ସତ୍ୟ ଘଟଣା ଉପରେ ଆଧାରିତ ଅଟେ ।

ଏହି ଫିଲ୍ମରେ ଲାରା ଦତ୍ତାଙ୍କ ଭୂମିକା ବିଷୟରେ ଅନେକ ଆଲୋଚନା ହେଉଛି । ସେ ଏଥିରେ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିଛନ୍ତି । ଯେବେ ଫିଲ୍ମର ଟ୍ରେଲର ରିଲିଜ ହେଲା, ଲୋକମାନେ ତାଙ୍କୁ ପ୍ରଥମେ ଚିହ୍ନି ପାରିଲେ ନଥିଲେ । ସୋସିଆଲ ମିଡିଆରେ ତାଙ୍କ ଲୁକ୍ ଏବଂ ଏହି ଫିଲ୍ମ ବିଷୟରେ ନିରନ୍ତର ଆଲୋଚନା ହେଉଅଛି ।


ସେୟାର କରନ୍ତୁ