Pegasus ମାମଲା : ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କଲେ ତଦନ୍ତ ଦାବି

ଦେଶବିଦେଶ
ସେୟାର କରନ୍ତୁ

Pegasus scandal: ଏନଡିଏ ସରକାରର ସହଯୋଗୀ ଜନତା ଦଳ ୟୁନାଇଟେଡର ନେତା ଏବଂ ବିହାର ସିଏମ ନୀତୀଶ କୁମାର ପେଗାସସ୍ ଜାସୁସି ମାମଲାର ତଦନ୍ତ ଦାବି କରିଛନ୍ତି । ଏହି ବିଷୟରେ ନୀତୀଶ ପୂର୍ବରୁ ଚିନ୍ତା ପ୍ରକଟ କରିଛନ୍ତି । ଯାଞ୍ଚ ମାମଲା ସହ ଜଡିତ ପ୍ରଶ୍ନ ଉପରେ ବିହାର ସିଏମ୍ କହିଛନ୍ତି, ‘ନିଶ୍ଚିତ ଭାବରେ ଯାଞ୍ଚ କରାଯିବା ଉଚିତ୍ । ଯେହେତୁ ଟେଲିଫୋନ୍ ଟ୍ୟାପର କଥା ଏତେ ଦିନ ଧରି ଆସୁଛି, ‘ଏହା ଉପରେ ଜରୁରୀ ଆଲୋଚନା ହେବା ଉଚିତ ଏବଂ ଚର୍ଚା ହେବା ଦରକାର । ଆମେ ପ୍ରଥମ ଦିନରେ ନିଜେ ପଚାରିଥିଲୁ । ଆଜିକାଲି ତ ଜଣା ନାହିଁ କି ଏ ଜିନିଷ କିଏ କେଉଁ ଉପାୟରେ ଏହା କେମିତି କରୁଛି, ଏହା ଉପରେ ପୁରା ପ୍ରକ୍ରିୟାରେ ଗୋଟିଏ-ଗୋଟିଏ ବିଷୟକୁ ସମ୍ପୂର୍ଣ୍ଣ ଦୃଷ୍ଟିରେ ରଖି, ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବା ଉଚିତ୍, କିନ୍ତୁ କ’ଣ ହୋଇଛି କଣ ନାହିଁ, ଏହା ସଂସଦରେ ଉଠାଯାଉଛି, ସମାଚାର ପତ୍ରରେ ଆସୁଅଛି, ଏହାକୁ ଦେଖୁଛୁ ଆମେ । କିନ୍ତୁ ଯାହା କିଛି ହୋଇଛି, କେହି ଶୁଣୁଛି ବା କେଉଁ ଢଙ୍ଗରେ କଣ କରୁଛି ଏହା ଏକ ଭୁଲ ଜିନିଷ । ଏହା ଉପରେ ମୋର ବୁଝିବାରେ ଏହା ନିଶ୍ଚିତ ଭାବରେ ଯାଞ୍ଚ କରିବା ଉଚିତ୍ । ଏଥିରେ ଯାହା କିଛି ଅଛି ସାମ୍ନାକୁ ଆସିଯାଉ ।’

ଏହି ପ୍ରସଙ୍ଗରେ ସଂସଦରେ ଗତିରୋଧ ଏବଂ ମିଳିତ ସଂସଦୀୟ କମିଟିର ଦାବି ଉପରେ ନୀତୀଶ କହିଛନ୍ତି ଯେ ଏହା ସଂସଦ ଭିତରର ଏକ କଥା ଅଟେ କିନ୍ତୁ ସରକାରଙ୍କ ତରଫରୁ ଏହାର ଜବାବ ଦିଆଯାଇଛି ।


ସେୟାର କରନ୍ତୁ