41 ବର୍ଷ ପରେ ଅଲମ୍ପିକ୍ ହକିର ସେମି ଫାଇନାଲରେ ପହଞ୍ଚିଲା ଭାରତ, ଓଡ଼ିଶାର ସିଏମ ନବୀନ ପଟ୍ଟନାୟକ ଜଣାଇଲେ ଅଭିନନ୍ଦନ

ଖେଳ ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : Tokyo Olympics 2020 : ଗତକାଲି କ୍ୱାର୍ଟର ଫାଇନାଲରେ ଗ୍ରେଟ ବ୍ରିଟେନକୁ 3-1 ଗୋଲରେ ପରାସ୍ତ କରିବା ପରେ ଭାରତୀୟ ପୁରୁଷ ହକି ଦଳ ଟୋକିଓ ଅଲମ୍ପିକ୍ସର ସେମିଫାଇନାଲରେ ପ୍ରବେଶ କରିଅଛି । କେବେ ଅଲମ୍ପିକ୍ସରେ ହକି କ୍ଷେତ୍ରରେ ରାଜା ଥିବା ଭାରତୀୟ ଦଳ 41 ବର୍ଷ ପରେ ଏଠାରେ ସେମିଫାଇନାଲରେ ପ୍ରବେଶ କରିଅଛି । କ୍ୱାର୍ଟର ଫାଇନାଲରେ ବିଜୟ ପାଇଁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ହକି ଦଳକୁ ଅଭିନନ୍ଦନ ଜଣାଇଛନ୍ତି ।

ହକି ଦଳର ବିଜୟ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ଲେଖିଛନ୍ତି, “କ୍ୱାର୍ଟର ଫାଇନାଲରେ ଗ୍ରେଟ ବ୍ରିଟେନ ବିପକ୍ଷରେ ଚମତ୍କାର ବିଜୟ ପାଇଁ ଭାରତୀୟ ପୁରୁଷ ହକି ଦଳକୁ ଅଭିନନ୍ଦନ । ଆଶା ଟିମ୍ ଇଣ୍ଡିଆ ମଧ୍ୟ ପରବର୍ତ୍ତୀ ମ୍ୟାଚରେ ଏମିତି ପ୍ରଦର୍ଶନ କରିବ । ହକିରେ ପଦକ ଆଣି ଦେଶର ବର୍ଷ ବର୍ଷ ଧରି ଅପେକ୍ଷାକୁ ସମାପ୍ତ କରିବ । ଅଲ ଦ ବେଷ୍ଟ । ” ନବୀନ ପଟ୍ଟନାୟକ ମଧ୍ୟ ତାଙ୍କ ଟ୍ୱିଟ ସହ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ଭାରତ ଏବଂ ଗ୍ରେଟ ବ୍ରିଟେନ ମଧ୍ୟରେ ମ୍ୟାଚ ଦେଖୁଥିବାର ନଜର ଆସିଛନ୍ତି ।

କହିବାକି 1980 ଅଲମ୍ପିକ୍ ଗେମ୍ସରେ ଭାରତ ଶେଷ ଥର ପାଇଁ ହକି ପଦକ ଜିତିଥିଲା । ତେବେ ଦଳ ଏପର୍ଯ୍ୟନ୍ତ ସମସ୍ତ ମ୍ୟାଚ୍‌ରେ ଚମତ୍କାର ପ୍ରଦର୍ଶନ କରିଛି । ଯଦି ବେଲଜିୟମ ବିପକ୍ଷ ସେମିଫାଇନାଲରେ ଏହି ଦଳର ଫର୍ମ ଜାରି ରହେ, ତେବେ ଭାରତ ଅଲମ୍ପିକ ହକିରେ ପଦକ ସହ ଏକ ସୁଖଦ ସମୟ ଆଣିପାରିବ ।

ଗତକାଲି କ୍ୱାର୍ଟର ଫାଇନାଲରେ ଭାରତ ପାଇଁ ଦିଲପ୍ରୀତ ସିଂହ ସାତ, ଗୁରୁଜନ୍ତ ସିଂହ 16 ଏବଂ ହାର୍ଦ୍ଦିକ ସିଂହ 57 ମିନିଟରେ ଗୋଲ ସ୍କୋର କରିଥିଲେ । 45 ତମ ମିନିଟରେ ବ୍ରିଟେନ ପାଇଁ ସାମୁଏଲ ୱାର୍ଡ ଏକମାତ୍ର ଗୋଲ ସ୍କୋର କରିଥିଲେ । ସେମିଫାଇନାଲରେ ଭାରତ ବିଶ୍ୱ ଚାମ୍ପିୟନ ବେଲଜିୟମ ସହିତ ମୁହାଁମୁହିଁ ହେବ, ଯିଏକି ତୃତୀୟ କ୍ୱାର୍ଟର ଫାଇନାଲ ମ୍ୟାଚରେ ସ୍ପେନକୁ 3-1ରେ ପରାସ୍ତ କରିଥିଲା ।


ସେୟାର କରନ୍ତୁ